www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଅପଡେଟ୍ : ଅକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା

ଥିରୁଅନନ୍ତପୁରମ୍ : ଦେଶରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିବା ବେଳେ ଜମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୁତାଣୁରେ ସଂକ୍ରମିତ ହୋଥିବା ଜଣାପଡିଛି।
ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ।

ଅନ୍ୟପକ୍ଷରେ  ଇରାନରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସେ କହିଛନ୍ତି,ଏହି ଯାଞ୍ଚ୍ ପ୍ରକ୍ରିୟାରେ ଇରାନରେ ଥିବା କୌଣସି ଭାରତୀୟ ମତ୍ସ୍ୟଜୀବୀଙ୍କୁ କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି। ଇରାନରେ କରୋନା ଭୂତାଣୁ ଯୋଗୁଁ ପୁଣି ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories