www.samajalive.in
Monday, December 8, 2025
27.1 C
Bhubaneswar

ଗାଡ଼ି ନାହିଁ କି ଟିମ୍ ବି ନାହିଁ, କେମିତି ବଢ଼ିବ ଆରଟିପିସିଆର ପରୀକ୍ଷା?

ଭୁବନେଶ୍ୱର: ଧୀରେ ଧୀରେ ରାଜଧାନୀରେ କରୋନା କାୟା ମେଲାଇବାରେ ଲାଗିଛି। ଦୈନିକ ସଂକ୍ରମଣ ୧୦୦ ପାର କଲାଣି। ଏନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢୁଛି। ପୁଣି ନିୟମ କଡାକଡି କରାଯାଇଛି। ଅଧିକ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ରହିଛି। ନିକଟରେ ଆରଟିପିସିଆର ପରୀକ୍ଷା ବଢ଼ାଇବାକୁ ବିଏମସି କମିସନର ଏକ ବୈଠକରେ ନିର୍ଦେଶ ଦେଇଛନ୍ତି। କିନ୍ତୁ ସୀମିତ ମାନବସମ୍ବଳ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାରେ କିଭଳି ବଢ଼ାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ କରୋନା ପରୀକ୍ଷା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ଆଣ୍ଟିଜେନ ବ୍ୟତୀତ ଆରଟିପିସିଆର ପରୀକ୍ଷା ବୃଦ୍ଧି କରିବା ପାଇଁ ନିର୍ଦେଶ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଗାଡ଼ି ନଥିବାବେଳେ ମୋବାଇଲ ପରୀକ୍ଷା ଟିମ୍ ବି ନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏଲ୍ଟି ବି ନାହାନ୍ତି। ହସ୍ପିଟାଲରେ ଯେତିକି ମାନବ ସମ୍ବଳ ରହିଛି ସେହି ଆଧାରରେ ପରୀକ୍ଷା କରାଯାଉଛି। ସୂଚନା ଅନୁସାରେ ଜାନୁଆରୀ ମାସରେ କରୋନା ପାଇଁ ଡେପୁଟେସନରେ ଆସିଥିବା ଏଲ୍ଟି ଏବଂ ଡାକ୍ତରଙ୍କୁ ସେମାନଙ୍କ ପୂର୍ବ ସ୍ଥାନକୁ ରିଲିଭ କରିଦିଆଯାଇଛି। ଭଡ଼ାରେ ଲାଗିଥିବା ଗାଡ଼ିକୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏଭଳି ସ୍ଥିତିରେ କିଭଳି ଅଧିକ ଆରଟିପିସିଆର ପରୀକ୍ଷା କରାଯିବ ତାହାକୁ ନେଇ ସମସ୍ୟା ଦେଖାଦେଇଛି।

- Advertisement -

ବତ୍ତର୍ମାନ ୨୪ଘଣ୍ଟିଆ ଆଣ୍ଟିଜେନ ପରୀକ୍ଷା କରାଯାଉଥିବା ବେଳେ ସକାଳ ୮ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆରଟିପିସିଆର ପରୀକ୍ଷା କରାଯାଉଛି। ପରୀକ୍ଷା ବୃଦ୍ଧି ହୋଇ ସୀମିତ ବ୍ୟବସ୍ଥା ମଧ୍ୟରେ ୪୦୦ରୁ ଅଧିକ ଆରଟିପିସିଆର ପରୀକ୍ଷା କରାଯାଉଛି। ପୂର୍ବରୁ ୧୦୦ରୁ ଅଧିକ ଏଲ୍ଟି ଥିବାବେଳେ ଏବେ ୨୦ରୁ ୨୫ ଏଲ୍ଟି କାର୍ଯ୍ୟ କରୁଛନ୍ତି। ସେହିପରି ତିନିଟି ଗାଡ଼ି କରୋନା ପରୀକ୍ଷା କାର୍ଯ୍ୟରେ ନିୟୋଜିତ ରହିଛି। ଏହାସହିତ ୧୦ରୁ ୧୫ ମୋବାଇଲ ଟିମ୍ କାର୍ଯ୍ୟ କରୁଥିବାବେଳେ ଏବେ ତିନିଟି ଟିମ୍ କାର୍ଯ୍ୟ କରୁଛି। କର୍ତ୍ତୃପକ୍ଷ ଯେମିତି ପରୀକ୍ଷା ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି ସେହି ଆଧାରରେ ଏଲ୍ଟି, ମୋବାଇଲ ଟିମ୍ ସହିତ ଗାଡ଼ି ବ୍ୟବସ୍ଥା କଲେ ପରୀକ୍ଷା ବୃଦ୍ଧି ହେବା ସହିତ ସବୁ କାର୍ଯ୍ୟ ବ୍ୟବସ୍ଥିତ ହୋଇପାରିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories