www.samajalive.in
Tuesday, December 9, 2025
17.1 C
Bhubaneswar

ଲକ୍ ଡାଉନରେ ‘ସ୍ୱଇଚ୍ଛା’ ତରଫରୁ ଖାଦ୍ୟ ବଣ୍ଟନ

ସମ୍ବଲପୁର : ମହାମାରୀ କରୋନା ପାଇଁ ସାରା ବିଶ୍ୱର ବ୍ୟବସ୍ଥା ଓଲଟପାଲଟ ହୋଇ ଯାଇଛି। ଏହି ସଙ୍କଟର ମୁକାବିଲା କରିବା ପାଇଁ ମାର୍ଚ୍ଚ ୨୨ରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଡାକାର ଦେବା ସହିତ ମାର୍ଚ୍ଚ ୨୪ରୁ ଦେଶକୁ ଲକ୍ ଡାଉନ୍ କରିଥିଲେ। ଲକ୍ ଡାଉନ୍ ଏବେ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚି ସାରିଥିବାବେଳେ ଏଥିପାଇଁ ଦେଶବାସୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସଙ୍କଟ ଯୋଗୁଁ ବହୁ ଲୋକ ତାଙ୍କର ରୋଜଗାର ହରାଇ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଆପଦା ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶବାସୀ ଓ ବିଭିନ୍ନ ସଙ୍ଗଠନ ନିଜର ସାମର୍ଥ୍ୟ ମତେ ଆଗକୁ ଆସି ଅସହାୟ, ଗରିବ, ଦିନ ମଜୁରିଆ, ପ୍ରବାସୀ, ଖଟିଖିଆ ମାନଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ଦେଶରେ ଜନତା କର୍ଫ୍ୟୁ ଆରମ୍ଭ ହେବାର ପର ଦିନ ମାର୍ଚ୍ଚ ୨୩ ତାରିଖରୁ ସମ୍ବଲପୁରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱେଚ୍ଛା’ ତରଫରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଗତ ୭୭ ଦିନ ଧରି ଚାଲିଥିବା ଏହି ମାନବୀୟ ସହାୟତାରେ ପ୍ରତ୍ୟହ ଦୁଇ ଓଳି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ରନ୍ଧା ଖାଦ୍ୟ ବଣ୍ଟନର ଶେଷ ଦିବସ ଜୁନ ୭ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୨ ହଜାର ମିଲ ରନ୍ଧା ଯାଇ ପ୍ରାୟ ୧ ଲକ୍ଷ ୩୫ ହଜାରରୁ ଉର୍ଦ୍ଧ୍ବ ମିଲ ଅସହାୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ମହାନଗର ନିଗମ ଅର୍ନ୍ତଗତ ପ୍ରାୟ ସମସ୍ତ କ୍ଷେତ୍ରରେ ଏହି ସେବା କାର୍ଯ୍ୟ ଚାଲିଥିବାବେଳେ ସ୍ୱତନ୍ତ୍ର ବସରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବିତରଣ କରାଯାଇଛି।

ଅନୁଷ୍ଠାନ ପକ୍ଷରୁ ଲକ ଡାଉନ ସମୟରେ ଫସି ରହିଥିବା ଭୁବନେଶ୍ୱର, ସୁନ୍ଦରଗଡ, ଜଗତସିଂହପୁର, ବରଗଡ, ବଲାଙ୍ଗିର, ଝାରସୁଗୁଡା, ଅନୁଗୁଳ ଆଦି ଜିଲାମାନଙ୍କର ନିବାସୀମାନଙ୍କୁ ସେମାନଙ୍କର ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଅନ୍ୟ ରାଜ୍ୟ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଆଦି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ପଠାଯିବାର ବ୍ୟବସ୍ଥା ଅନୁଷ୍ଠାନ କରିଛି। ବିଗତ ୭୭ ଦିନ ଧରି ଚାଲିଥିବା ଏହି ମହନୀୟ ସେବା କାର୍ଯ୍ୟ ପାଇଁ ଶାରିରୀକ ଓ ଆର୍ଥିକ ସହାୟତା କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଅର୍ପଣ କରାଯାଇଛି। ସ୍ୱଇଚ୍ଛା ତରଫରୁ ବିଗତ ୭୭ ଦିନ ଧରି ଲକ ଡାଉନ ସମୟରେ ଅନବରତ କରାଯାଇଥିବା ଏହି ମାନବୀୟ ସେବା କାର୍ଯ୍ୟକୁ ସବୁ ମହଲରୁ ଭୂୟସି ପ୍ରଶଂସା କରାଯାଉଛି। ସୁଚନାଯୋଗ୍ୟ ଯେ, ଏବେ ଅନଲକ ୧.୦ ଚାଲୁ ହେବାରୁ ସରକାର କଟକଣାରେ ବ୍ୟାପକ କୋହଳ କରୁଥିବାରୁ ଲୋକେ କାମଧନ୍ଦା ପାଇ ପାରିବେ ବୋଲି ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories