www.samajalive.in
Monday, December 8, 2025
27.1 C
Bhubaneswar

୧୦ ରାଜ୍ୟର ୩୮ ଜିଲାରେ ଘରକୁ ଘର ବୁଲି କରାଯିବ କରୋନା ସର୍ବେକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ବିଗତ କିଛି ଦିନ ମଧ୍ୟରେ ୩୦ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ଓ ଆଗକୁ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଇଛି। ଦେଶରେ କରୋନାର ଭୟାନକ ରୂପକୁ ପ୍ରତିହତ କରିବା ଏବଂ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସର୍ବେକ୍ଷଣ କରାଯିବ। ସାରା ଦେଶରେ ୧୦ଟି ରାଜ୍ୟର ୩୮ଟି ଜିଲାରେ ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଗୃ​‌ହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କରୋନା ଆକ୍ରାନ୍ତ ଯୋଗୁ ମୃତ୍ୟୁହାର ହ୍ରାସ କରିବା ପାଇଁ ତତ୍କାଳ କରୋନା ପରୀକ୍ଷା ସାଙ୍ଗକୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଏବଂ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।
ଦେଶର ୪୫ଟି ମହାନଗର ନିଗମର ଜିଲାପାଳ, ପୌରପାଳିକା ଆୟୁକ୍ତ, ଜିଲାମୁଖ୍ୟଚିକିତ୍ସାଧିକାରୀ ଏବଂ ମେଡ଼ିକାଲ୍‌ କଲେଜ ଅଧ୍ୟକ୍ଷଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତୀ ସୁଦାନଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିୟାଣା, ଗୁଜରାଟ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ୩୮ଟି ଜିଲାରେ ଘରକୁ ଘର ବୁଲି ସର୍ବେକ୍ଷଣ କରାଯବା ନେଇ ଚିହ୍ନଟ କରାଯାଇଛି। ଜିଲାୱାରୀ କରୋନା ସଂକ୍ରମଣ ରୋକିବା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ବୈଠକରେ ଜନବହୁଳ ଜିଲାଗୁଡ଼ିକରେ କିଭଳି କରୋନା ଭୂତାଣୁ ସଂକ୍ରମଣ ରୋକାଯାଇପାରିବ ଏବଂ ଜନସାଧାରଣଙ୍କୁ ସଚେତନ କରାଯିବ ସେଥିପାଇଁ ଘରକୁ ଘର ବୁଲି ସର୍ବେକ୍ଷଣ କରାଯିବ। ସର୍ବେକ୍ଷଣରେ ନିୟୋଜିତ ହୋଇଥିବା କର୍ମଚାରୀ ତତ୍କାଳ କରୋନା ପରୀକ୍ଷା, ଆକ୍ରାନ୍ତଙ୍କ ପାଇଁ ସଫଳ ଚିକିତ୍ସା, କଣ୍ଟେନ୍‌ମେଣ୍ଟ ଷ୍ଟ୍ରାଟେଜି କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନାହୋଇଥିଲା। କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ରେ କରୋନା ଭୂତାଣୁ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିପ୍ରତି ବିଶେଷ ଗୁରୁତ୍ବ ଦେବେ। ଏହାଦ୍ବାରା କରୋନା ଆକ୍ରାନ୍ତ ଚିହ୍ନଟ କରିବାରେ ସହଜ ହେବ ଏବଂ ସେମାନଙ୍କୁ ସଫଳ ଚିକିତ୍ସା ପ୍ରଦାନ କରାଯାଇପାରିବ। ଏହାଦ୍ବାରା ଜନବହୁଳ ଜିଲାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ହୋଇପାରିବ ଓ ମୃତ୍ୟୁହାର ରୋକାଯାଇପାରିବ। ଏହି ଅବସରରେ ମୃତ୍ୟୁହାର ରୋକିବା ପାଇଁ ୨୪ଘଣ୍ଟା କରୋନା ଆକ୍ରାନ୍ତଙ୍କ ପାଇଁ ସୁବିଧା ଉପଲବ୍ଧ କରିବା ସହିତ କୋଭିଡ୍-୧୯ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ମାନବ ସମ୍ବଳ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories