www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦୁପତ୍ର ବିଭାଗର ଶ୍ରମିକ ମାରଣ ନୀତି : ୩୬ ବର୍ଷ କାମ କରିବା ପରେ ଛଟେଇ

ପାଟଣାଗଡ : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଘସିଏନ(ନର୍ଥ) ରେଞ୍ଜର ୧୦ ଜଣ ବନ୍ଧେଇ ଚେକର୍ଙ୍କୁ ଗତ ୩୧ ମଇରୁ କାର୍ଯ୍ୟରୁ ଛଟେଇ କରି ଦିଆଯାଇଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ଅବସରରେ କୌଣସି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରୁ ଛଟେଇ ନ କରିବା କିମ୍ବା ଦରମା ନ କାଟିବାକୁ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିଲେ ମଧ୍ୟ ବର୍ଷା ଏବଂ କୁଆପଥର ମାଡ ଯୋଗୁଁ କମ୍ ପରିମାଣର କେନ୍ଦୁପତ୍ର ତୋଳା ଯାଇଥିବା ଦର୍ଶାଇ ଦୀର୍ଘ ୩୬ ବର୍ଷ ଧରି କେନ୍ଦୁପତ୍ର କର୍ମଚାରୀ ଭାବରେ କାମ କରିଆସୁଥିବା ନରେନ୍ଦ୍ର ପଣ୍ଡା, ରୂପାନନ୍ଦ ମହାକୁର, ଲେକୃ ବିଶ୍ୱାଳ, ଭଗବାନ ସାହୁ, ତ୍ରିଲୋଚନ ନାଗ, ଦେବାନନ୍ଦ ସେଠ୍, ଚୂଡାମଣି ସାହୁ, ନାରାୟଣ ସାହୁ, ଭାନୁ ପଣ୍ଡା, କ୍ଷୀରସାଗର ବିଶ୍ରି ପ୍ରମୁଖ ଶ୍ରମିକମାନଙ୍କୁ  ଛଟେଇ କରାଯାଇଥିବାରୁ କେନ୍ଦୁପତ୍ର କର୍ମଚାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏ ସଂପର୍କରେ ସ୍ଥାନୀୟ କେନ୍ଦୁପତ୍ର ଡିଭିଜନର ଡିଏଫଓ ପ୍ରଣବ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଚଳିତ ବର୍ଷର ସ୍ଥିତି ସଂପର୍କରେ ବଖାଣିଥିଲେ। ତାଙ୍କ କହିବାନୁଯାୟୀ, ବର୍ଷା ଏବଂ କୁଆପଥର ମାଡ ହେତୁ ଉକ୍ତ ରେଞ୍ଜର ୪୨ଟି ଫଡି ମଧ୍ୟରୁ ଚଳିତ ବର୍ଷ କେବଳ ୨୧ଟି ଫଡିରେ ପତ୍ର ସଂଗ୍ରହ କରାଯାଇପାରିଛି। ପ୍ରାୟ ୫୦ରୁ ୭୦ ପ୍ରତିଶତ କୁଆପଥର ମାଡରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ବନ୍ଧେଇ କାର୍ଯ୍ୟ ଆରମ୍ଭ ହେବା ପରେ ଉକ୍ତ ଶ୍ରମିକମାନଙ୍କୁ ପର୍ଯ୍ୟାୟକ୍ରମେ ନିୟୋଜିତ କରାଯିବ ବୋଲି ସେ କହିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories