www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ମୁକାବିଲା: ନେତା, ସାମ୍ବାଦିକଙ୍କ ମତ ଲୋଡିଲା ପ୍ରଶାସନ

ଟିଟିଲାଗଡ଼: ଟିଟିଲାଗଡ ସହରରେ କରୋନା ମହାମାରୀର ମୁକାବିଲା ନେଇ ପୌରପରିଷଦ ପକ୍ଷରୁ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳ ନେତା ତଥା ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ। ସ୍ଥାନୀୟ ରାଜକନୱର ପାର୍କ ପରିସରରେ ଏନେଇ ଆୟୋଜିତ ବୈଠକରେ ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହି ଅଧିକାରୀ ସୋମେଶ ଉପାଧ୍ୟାୟ ସଫଳତାର ସହ କୋଭିଡ ପରିଚାଳନା ନେଇ ସହଯୋଗ ଲୋଡିଛନ୍ତି। ତେବେ ସହରରେ ବିଦ୍ୟୁତ, ପାନୀୟ ଜଳ ସମସ୍ୟା ଉତ୍କଟ ହୋଇପଡିଥିବା ବେଳେ କରୋନା ସଂକ୍ରମିତଙ୍କୁ ହୋମ ଆଇସୋଲେସନରେ ରହିବାକୁ ଉପଦେଶ କେତେ ଦୂର ଯଥାର୍ଥ ବୋଲି ଟିଟିଲାଗଡ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ପ୍ରଶ୍ନ କରିଥିଲେ। ଘନତ୍ୱକୁ ଦୃଷ୍ଟିରେ ରଖି ରାଜଧାନୀରେ ଦଶ ହଜାର ସକ୍ରୀୟ କେସ ସହ ଟିଟିଲାଗଡରେ ତିନି ଶହ ସକ୍ରୀୟ କେସ ପ୍ରାୟ ସମାନ।

ଏ ପରିପ୍ରେକ୍ଷୀରେ ଏ ଅଂଚଳରେ କାର୍ୟ୍ୟ କରୁଥିବା ଏକାଧିକ ବିରାଟ କମ୍ପାନୀ ସିଏସଆର ଯୋଜନାରେ ଭେନ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ତଥା ଅନ୍ୟ ଜରୁରି ଉପକରଣ ଯୋଗାଇବା ନେଇ ପ୍ରଶାସନ ଉଦ୍ୟମ ସହ ଅନିଶ୍ଚିତ ସମୟ ଧରି ରହିବାକୁ ଥିବା କରୋନା ମୁକାବିଲା ପାଇଁ ଟିଟିଲାଗଡ କୋଭିଡ କେୟାର ସେନ୍ଟରକୁ ଚାଲୁ ରଖିବା ପାଇଁ ରାଜ୍ୟ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ ମତ ରଖିଥିଲେ। ଗତ କିଛି ଦିନ ଧରି ପୁଲିସ ଏକ୍ସନ ମୁଡରେ ରହିଥିବା ନେଇ ଲୋକେ ଅଧିକ ସତର୍କ ରହୁଥିବା ଓୟୁଜେ ଜିଲା ସଭାପତି ଦିପକ ସମ୍ମାଦାର ପ୍ରଶଂସା କରିଥିଲେ। ୱାର୍ଡ କମିଟି ଗୁଡିକୁ ସକ୍ରୀୟ କରିବା ସହ ସଭିଙ୍କ ସ୍ୱାସ୍ଥ୍ୟ ନେଇ ଯାଂଚ କରିବାକୁ ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ବିରେନ୍ଦ୍ର ବାଗ ମତ ଦେଇଥିଲେ। ବରିଷ୍ଠ ନାଗରିକଙ୍କୁ ଘରେ ପରିକ୍ଷା ପାଇଁ ନଗର ବିଜେପି ସଂଯୋଜକ ସଞ୍ଜୟ ତ୍ରିପାଠୀ ଦାବି କରିଥିଲେ। ଗତକାଲି ରାତିରେ ଅମାନିଆଙ୍କୁ ଧରପଗଡ କରି ୨୮,୫୦୦ ଟଙ୍କା ଅସୁଲ ହୋଇଛି। ଆହୁରି ଅଧିକ କାର୍ୟ୍ୟାନୁଷ୍ଠାନ ଜାରି ରହିବ ବୋଲି ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ସୁଚିତ କରିଥିଲେ। ଜଣେ ବ୍ୟକ୍ତି ଲୋକେ କଟକଣା ମାନୁନଥିବା ନେଇ ତାଙ୍କୁ ପ୍ରତ୍ୟେହ ଅଭିଯୋଗ କରୁଥିଲେ।

- Advertisement -

ତେବେ ଉକ୍ତ ବ୍ୟକ୍ତିଙ୍କ ଦୋକାନକୁ ମୁଁ ଯାଇଥିବା ବେଳେ ଅଭିଯୋଗକାରୀ ନିଜେ ମାସ୍କ ପିନ୍ଧିନଥିବା ନେଇ ଦୋକାନକୁ ସିଲ କରିଥିବା ଉପଜିଲାପାଳ କହିବା ହାସ୍ୟରୋଳ ସୃଷ୍ଟି କରିଥିଲେ। ମଂଚାସୀନ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ, ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିିଶିର ସାହୁ ମଂଚାସୀନ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସଭା ପରିଚାଲନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ଛାତ୍ର କଂଗ୍ରେସ ନେତା ଜ୍ଞାନ ସରାଫ, ରାଜ୍ୟ କଂଗ୍ରେସ ସେବାଦଳ ସମ୍ପାଦକ ଦେବାନନ୍ଦ ସାହୁ, ବରିଷ୍ଠ ସାମ୍ବାଦିକ ସରତ ମିଶ୍ର, ଦିଲୀପ ପୁରୋହିତ, ଶିବପ୍ରସାଦ ପରିଡା, ଜିଲା ସାମ୍ବାଦିକ ସଂଘ ଉପସଭାପତି ମାନସ ରଞ୍ଜନ ମହାନ୍ତି, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories