www.samajalive.in
Monday, December 8, 2025
27.1 C
Bhubaneswar

ଗୁଜୁରାଟ ଫେରନ୍ତାଙ୍କ ପାଇଁ ଗଞ୍ଜାମ ମହାମାରୀ ପ୍ରବଣ

ଭୁବନେଶ୍ବର: ସପ୍ତାହକ ତଳେ କରୋନା ମହାମାରୀର ସ୍ବରୂପ କ’ଣ ଅଜଣାଥିବା ଗଞ୍ଜାମ ଜିଲାବାସୀଙ୍କ ପାଇଁ ଏବେ ଆତଙ୍କର କାରଣ ହୋଇଛି। ପ୍ରବାସୀ ଗୁଜୁରାଟ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଏବେ ରାଜ୍ୟର ସର୍ବାଧିକ କରୋନା ମହାମାରୀ ପ୍ରବଣ ଜିଲା ତଥା ରେଡଜୋନ୍ ଭାବେ ଚିହ୍ନଟ ହୋଇଛି। ମାତ୍ର ୫ଦିନ ମଧ୍ୟରେ ଜିଲାରେ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଶୁକ୍ରବାର ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ ନୂତନ କରେନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୫୧ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିବା ବେଳେ ତା’ର ୫୩ଦିନ ପରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି।

ଏବେ ଚତୁର୍ଥ ପର୍ୟ୍ୟାୟରେ ଗୁଜୁରାଟ ଫେରନ୍ତାଙ୍କ ପାଇଁ କରୋନା ତା’ର ବାସ୍ତବ ରୂପ ଧାରଣ କରିବାକୁ ଯାଉଛି। ତେବେ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଲୋକେ ସମାଲୋଚନା କରୁଥିବାବେଳେ ଏବେ କେତେକ ସ୍ଥାନରେ ହିଂସାତ୍ମକ ସ୍ଥିତି ଦେଖାଦେଲାଣି। ଗୁଜୁରାଟ ଫେରନ୍ତାଙ୍କୁ ଲୋକେ ସହ୍ୟ କରି ନପାରି ଟେକା ପଥର ଫିଙ୍ଗି ଆକ୍ରମଣ କରିବା ଆରମ୍ଭ କଲେଣି। ଆଜିର ପରିସ୍ଥିତି ପରେ ଗଞ୍ଜାମ ଜିଲାବାସୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃ​‌ଷ୍ଟି ହୋଇଛି।

- Advertisement -

ଅନ୍ୟପକ୍ଷରେ ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଠିକଣା ସମୟରେ ସଙ୍ଗରୋଧରେ ଚିହ୍ନଟ କରାଯାଇ ପାରିବ ତାହା ରାଜ୍ୟ ପାଇଁ ଭଲ କଥା। ଏହି ପରିପ୍ରେକ୍ଷୀରେ ଗଞ୍ଜାମର ଏଭଳି ଛତୁଫୁଟା ଆକ୍ରାନ୍ତ ପରିସ୍ଥିତିକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମର ସ୍ଥିତି ନିୟନ୍ତ୍ରଣରେ ରଖିବାପାଇଁ ଇତିମଧ୍ୟରେ ୩୦ଜଣ ଆଇଏଏସ ଓ ଓଏଏସ ନିଯୁକ୍ତ ହୋଇଥିବାବେଳେ ଆଜି ମଧ୍ୟ ଆଉ ୩ଜଣ ଆଇଏଏସଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୫୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୪୩ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ୫ଜଣ ଓ ଭଦ୍ରକରୁ ୩ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତଙ୍କ ମଧ୍ୟରୁ ୫୦ଜଣ ଗୁଜୁରାଟ ଫେରନ୍ତା ଓ ଜଣେ କେରଳ ଫେରନ୍ତା ରହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories