www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଅପଡେଟ୍ : ନୂଆ ୬ ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୪୮

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୬ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ପୁଣି ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ଆଜି ବାଲେଶ୍ୱରର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀରରୁ ୨ଜଣ ଓ ଯାଜପୁରର ଆଉ ୩ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି । ସେଥିମଧ୍ୟରୁ୧୦୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଜିଲ୍ଲା ଭାବେ ବଲାଙ୍ଗୀର କରୋନା ସଂକ୍ରମର ସୂଚୀରେ ସ୍ଥାନ ପାଇଛି।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟର୧୫ଟି ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବାବେଳେ ଯାଜପୁରରେ ୩୯ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୧୯ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ କଟକ, ଢେଙ୍କାନାଳ, କୋରାପୁଟ, ପୁରୀ, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪ହଜାର ୧୩୩ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଯେଉଁଥିରୁ ୧୪୮ଟି ପଜିଟିଭ ଚିହ୍ନଟ
ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ତାଲିକାରେ ରାଜ୍ୟର ତିନୋଟି ଜିଲ୍ଲା ରେଡ୍ ଜୋନରେ ସ୍ଥାନ ପାଇଥିବାବେଳେ ୬ଟି ଜିଲ୍ଲା ଅରେଞ୍ଜ ଜୋନରେ ସ୍ଥାନ ପାଇଛି। ସେହିପରି ବାକି ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି।
ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଆଦି ତିନୋଟି ଜିଲ୍ଲା  ରେଡ୍ ଜୋନରେ ସ୍ଥାନ ପାଇଛି। ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ତିନୋଟି ଜିଲ୍ଲା ରେଡ୍ ଜୋନରେ ସ୍ଥାନ ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି
ତାଲିକା ପ୍ରସ୍ତୁତ କରାଯାଇଛି।

ଅନ୍ୟପକ୍ଷରେ ପୂର୍ବରୁ ରେଡ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ସ୍ଥାନ ପାଇଛି । ଖୋର୍ଦ୍ଧା ସମେତ ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଓ କଟକ ଆଦି ୬ଟି ଜିଲା ଅରେଞ୍ଜ ଜୋନରେ ସ୍ଥାନ ପାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories