www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା କାଳରେ ଚର୍ଚ୍ଚାରେ ନରସିଂଙ୍କ ଶତକ

ଟିଟିଲାଗଡ଼ : ଯୁବବର୍ଗ ଉପଯୁକ୍ତ ସଂସ୍କାରଯୁକ୍ତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ବ୍ୟବସ୍ଥା ପାଇଁ ଏକ ଶୁଭଙ୍କର ସନ୍ଦେଶ ବହନ କରିଥାଏ। ଏପରିପ୍ରେକ୍ଷୀରେ କରୋନାର କରାଳ ଛାୟା ମଧ୍ୟରେ ଉବୁଟୁବୁ ସମଗ୍ର ବିଶ୍ୱ ସମେତ ଟିଟିଲାଗଡ ଅଞ୍ଚଳରେ ୩୫ ବର୍ଷ ବୟସ୍କ ଯୁବ ସମାଜସେବୀ ନରସିଂ ସିଂଙ୍କ ମାନବ ସେବା ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପ୍ରତି ଟିଟିଲାଗଡ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଶହକୁ ଛୁଇଁ ହଇଚଇ ସୃଷ୍ଟି କରିଛି। ପ୍ରଶାସନ ଏନେଇ ଲୋକଙ୍କୁ ସଚେତନ ସହ ମହାମାରୀର ମୁକାବିଲା ନେଇ ଦିନରାତି ଏକ କରି ଦେଇଛି। ଏପରିସ୍ଥିତିରେ ପ୍ରଶାସନ ସହ ତାଳ ଦେଇ ନରସିଂ ସଂକ୍ରମିତ ତାଙ୍କ ସେବା କାର୍ଯ୍ୟକୁ ଜୋରଦାର କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ଘରକୁ ଘର ବୁଲି ବିଶୋଧନ କାର୍ଯ୍ୟ ଜାରି ରଖିବା ସହ ଲୋକଙ୍କୁ କରୋନା ନେଇ ବ୍ୟାପକ ସଚେତନ କରୁଛନ୍ତି। ଏନେଇ ନିଜ ଖର୍ଚ୍ଚରେ ସେ ଏକ ସ୍ପ୍ରେ ମେସିନ କ୍ରୟ ସହ ବିଶୋଧନ ପାଇଁ ଆବଶ୍ୟକ କେମିକାଲ ଯୋଗାଡ କରୁଛନ୍ତି। ସେପ୍ଟେମ୍ବର ୧୬ରୁ ଅଦ୍ୟାବଧି ସେ ନିଜେ ଶହେ ଜଣ ସଂକ୍ରମିତଙ୍କ ଘର ବୁଲି ବିଶୋଧନ କରିସାରିଛନ୍ତି। ତାଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥା ମର୍ଯ୍ୟାଦାଜନକ ଶତକ ଯୁବବର୍ଗଙ୍କୁ ଉତ୍ସାହିତ କରିବା ସହ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। କରୋନା ନେଇ ଗତ ମାର୍ଚ୍ଚ ୨୪ରେ ସଟଡାଉନ ଘୋଷଣା ପରଠାରୁ ନରସିଂଙ୍କ ମାନବ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସଟଡାଉନ ସମୟରେ ମୁମ୍ବାଇ ତଥା ବିଭିନ୍ନ ରାଜ୍ୟରେ ଫସି ରହିଥିବା ଟିଟିଲାଗଡ ଉପଖଣ୍ଡ ଅଂଚଳର ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର, ଡାକ୍ତରଖାନା ରୋଗୀଙ୍କୁ ସେବା ପ୍ରଦାନ, ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, କଣ୍ଟେନମେଣ୍ଟ ଜୋନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗାଈଗୋରୁଙ୍କ ସେବା ଯତ୍ନ ତଥା ଖାଦ୍ୟ ପ୍ରଦାନ, ମାଗଣା ମାସ୍କ ବଣ୍ଟନ ଆଦି ଅନେକ ସେବା କାର୍ଯ୍ୟ ସେ ଅଦ୍ୟାବଧି ଜାରି ରଖିଛନ୍ତି। ଏନେଇ କାହାଠାରୁ କୌଣସି ଅନୁଦାନ ବା ଅନୁଗ୍ରହ ଆଶା ନକରି ନିଜ ପକ୍ଷରୁ ସେ ସମ୍ବଳ ମତେ ଅର୍ଥ, ଶ୍ରମଦାନ କରି ନର ସେବା ହିଁ ନାରାୟଣ ସେବା ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଏହା ବାଦ ଡାକ୍ତରଖାନା ତଥା ସହରରେ ବିଦ୍ୟୁତ, ପାନୀୟ ଜଳ ସମସ୍ୟା, କରୋନା ଟେଷ୍ଟିଂ କିଟ ଅଭାବ ଆଦି ସହରର ବିଭିନ୍ନ ସମସ୍ୟା ନେଇ ସାମାଜିକ ଗଣମାଧ୍ୟମରେ ସ୍ୱର ଉତୋଳନ ସହ ଅନେକ ସମସ୍ୟାର ସଫଳ ସମାଧାନ ମଧ୍ୟ ହୋଇପାରିଛି। ଏହା ସହ ଆଗ୍ରହୀ ଯୁବକ ତଥା ସାଙ୍ଗମାନଙ୍କ ସହ ମିଶି ସହରର ବିଭିନ୍ନ ଖାଲି ସ୍ଥାନରେ ଚାରା ରୋପଣ ତଥା ପରିବେଶ ସୁରକ୍ଷା ନେଇ ସଚେତନତା ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି। ଅନ୍ୟକୁ ସହାୟତା ପାଇଁ ସମର୍ଥ ହେବା ମନୁଷ୍ୟର ଶ୍ରେଷ୍ଠ ସୁଖସମ୍ପଦ ବୋଲି ନରସିଂ କହନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories