ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ୧୧,୦୩୯ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା େବେଳ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୫୯୬ରେ ପହଞ୍ଚିଛି। ତେବେ ଦେଶରେ କରୋନାର ମୃତ୍ୟୁ ହାର ୧.୪୩% ରହିଛି ବୋଲି ଜଣାପଡିଛି। ୨୪ ଘଣ୍ଟାରେ କରୋନାରୁ ୧୪,୨୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୪,୬୨,୬୩୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ସୁସ୍ଥତା ହାର ୯୭.୦୮%। ବର୍ତ୍ତମାନ ୧,୬୦,୦୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



