www.samajalive.in
Saturday, December 6, 2025
26.1 C
Bhubaneswar

୬ ମହାନଗରୀରେ ଆପରାଧିକ ମାମଲା ତଦନ୍ତର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଆପରାଧିକ ମାମଲାର ତଦନ୍ତ ପ୍ରକ୍ରିୟାକୁ ଡିଜିଟାଲ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ଏହିକ୍ରମରେ ଦିଲ୍ଲୀ ଓ ମୁମ୍ବଇ ସହିତ ହାଇଦରାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼ ଓ ଅହମ୍ମଦାବାଦ ମହାନଗରୀରେ ପୁଲିସ ଦ୍ୱାରା ପରିଚାଳିତ ସମସ୍ତ ଅପରାଧ ମାମଲାର ତଦନ୍ତ ପ୍ରକ୍ରିୟାକୁ ଭିଡିଓ ରେକର୍ଡିଂ କରାଯିବା ବାଧ୍ୟତାମୂଳକ ହୋଇଛି। ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଗୁଜରାଟ ପୁଲିସ ପକ୍ଷରୁ ଏକ କେନ୍ଦ୍ରୀୟ ସରଭର ବ୍ୟବସ୍ଥା କରାଯାଇଛି; ଯାହା ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆପ୍‍ ସହିତ ସଂଯୁକ୍ତ ହୋଇଛି। ଏହାକୁ ‘ମୋବାଇଲ ପକେଟ କପ୍‍’ ନାମ ଦିଆଯାଇଛି। ରାଜ୍ୟର ପ୍ରତି ଥାନାକୁ ପ୍ରଦତ୍ତ ସେଲ୍‍ ଫୋନ୍‍ରେ ଏହି ଆପ୍‍କୁ ଡାଉନ୍‍ଲୋଡ୍‍ କରାଯାଇ ତଦନ୍ତ ପ୍ରକ୍ରିୟାର ରେକର୍ଡ କରାଯାଉଥିବାବେଳେ ବ୍ୟୁରୋ ଅଫ ପୁଲିସ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ସଂସ୍ଥା ପକ୍ଷରୁ ଅନ୍ୟ ଏକ ଆପ୍‍ ପ୍ରସ୍ତୁତ କରାଯାଇଛି। ଏହି ଆପ୍‍ର କାର୍ଯ୍ୟକାରିତା ପରୀକ୍ଷା ପାଇଁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତ ଓ ଜଷ୍ଟିସ ଡି.ୱାଇ ଚନ୍ଦ୍ର୍ରଚୂଡ଼ଙ୍କ ପୀଠ ଗୁଜରାଟ ଗୃହ ସଚିବଙ୍କ ନୋଟିସ ଜାରି କରିଛନ୍ତି। ଏହାର ଜବାବ ୪ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ନୋଟିସରେ କୁହାଯାଇଛି। ଏହି ଆପ୍‍ ସମସ୍ତଙ୍କ ପାଇଁ ସହଜ ବ୍ୟବହାର ଉପଯୋଗୀ ହେଲେ ସବୁ ରାଜ୍ୟରେ ଉକ୍ତ ମଡେଲ କାର୍ଯ୍ୟକାରୀ କରାଯିବ ବୋଲି ପୀଠ କହିଛନ୍ତି।
ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରି ଆଇନଜୀବୀ ଶିରିନ୍‍ ଖଜୁରିଆ କହିଛନ୍ତି ଯେ ସରକାର ଉକ୍ତ ଯୋଜନାର ଅଗ୍ରଗତି ପାଇଁ ଏକ ‘ସେଣ୍ଟ୍ରାଲ ଓଭରସାଇଟ୍‍ ବଡି’ ବା ସିଓବି ଗଠନ କରିଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଏହାର ଦାୟିତ୍ୱରେ ଅଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରତି ରାଜ୍ୟରେ ଆପରାଧିକ ମାମଲାର ତଦନ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଖଜୁରିଆ ସତ୍ୟପାଠ ଜରିଆରେ ପୀଠକୁ ଜଣାଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories