www.samajalive.in
Tuesday, December 9, 2025
17.1 C
Bhubaneswar

ଢେଙ୍କିକୋଟ ନେସ୍କୋ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ପାଟଣା : ଟ୍ରାନ୍ସଫର୍ମର ପୋଡ଼ିବାର ୧୫ ଦିନ ହେଲାଣି। ବାକି ଟଙ୍କା ପୈଠ କରିସାରିଲେଣି ଉପଭୋକ୍ତା। ତଥାପି ଟ୍ରାନ୍ସଫର୍ମର ଲଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବିଦ୍ୟୁତ୍‌ ବିଭାଗ। ଏହାକୁ ନେଇ କଟରାବେଡ଼ାର ଉପଭୋକ୍ତାମାନେ ତାତିବା ସହ ଆଜି ସକାଳେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସେକ୍ସନ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଘେରିଛନ୍ତି।

ଉପଭୋକ୍ତା ଅଶୋକ କୁମାର ମହାକୁଡ଼ଙ୍କ ସୂଚନା ଅନୁସାରେ ଏହି ୨୫ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମରଟି ଯଥେଷ୍ଟ ପୁରୁଣା। ପୂର୍ବରୁ ଏଠାରୁ ପ୍ରାୟ ୨୦-୨୨ ଘର ସଂଯୋଗ ନେଇ ନିୟମିତ ବିଲ୍‌ ପୈଠ କରୁଥିଲେ। ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ ହେବା ପରେ ଆଉ ୨୦-୨୨ ଘରକୁ ଏଠାରୁ ସଂଯୋଗ ଦିଆଯାଇଥିଲା। ଏହି ନୂତନ ଉପଭୋକ୍ତାମାନଙ୍କର ମିଟର ରିଡିଂ ଠିକ ସମୟରେ ହେଉ ନଥିଲା, କି ସେମାନଙ୍କୁ ବିଲ୍‌ ମଧ୍ୟ ମିଳୁନଥିଲା। ଟ୍ରାନ୍ସଫର୍ମର ପୋଡ଼ିବା ପରେ ହଠାତ ସେମାନଙ୍କ ମିଟର ରିଡିଂ ନକରି ବିଲ୍‌ ଦିଆଯାଇଛି। କେତେକ ଉପଭୋକ୍ତାଙ୍କୁ ବର୍ଷକୁ ପ୍ରାୟ ୬ରୁ ୭ଶହ ଟଙ୍କା ଓ ଅନ୍ୟକେତେକଙ୍କୁ ୩ ହଜାରରୁ ୫ ହଜାର ଟଙ୍କା ଏବଂ ଆଉ କେତେଜଣଙ୍କୁ ୧୨ ହଜାର ଟଙ୍କାର ବିଲ୍‌ ଦିଆଯାଇଛି। ୦.୫ କିଲୋୱାଟ ବିଦ୍ୟୁତ୍‌ ସଂଯୋଗରେ ମାସିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍‌ ଦିଆଯାଇଛି। ମାତ୍ର ଏହି ବିଲ୍‌ରେ କେତେମାସ କିମ୍ବା ସମୟ ତଥା କେତେ ୟୁନିଟର ଶୁଳ୍କ ତାହା ଉଲ୍ଲେଖ କରାଯାଇ ନାହିଁ। ତଥାପି ଉପଭୋକ୍ତାମାନେ ୧ ହଜାରରୁ ୧୫୦୦ ଟଙ୍କା ଲେଖାଏଁ ପୈଠ କରିଛନ୍ତି। ଏହାବାଦ୍‌ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତଥା ଲାଇନମ୍ୟାନଙ୍କ ନିର୍ଦେଶାନୁସାରେ ବାଲେଶ୍ବରରୁ ଟ୍ରାନ୍ସଫର୍ମର ଆଣିବା ଭଡ଼ା ବାବଦରେ ଗାଁ ଲୋକେ ୬ ହଜାର ଟଙ୍କା ଆଦାୟ କରିଛନ୍ତି। ଏହା ଆଇନସମ୍ମତ ନହେଲେ ବି ସମସ୍ତେ ଦିଅନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିଲେ। ଏହାସତ୍ତ୍ବେ ଟ୍ରାନ୍ସଫର୍ମର ଲାଗିନାହିଁ। ଅନ୍ୟପଟେ ସ୍କୁଲ ନିକଟରେ ଥିବା ସୌଭାଗ୍ୟ ଯୋଜନାର ନୂଆ ଟ୍ରାନ୍ସଫର୍ମରରୁ ୪-୫ ଜଣ ପୁରୁଣା ଉପଭୋକ୍ତାଙ୍କୁ ଦୁଇଦିନ ତଳେ ସଂଯୋଗ ଦିଆଯାଇଛି। ଏହାକୁ ନେଇ ଗ୍ରାମର ମହିଳାମାନେ ତାତିବା ସହ ଆଜି ସକାଳୁ ଢେଙ୍କିକୋଟ ନେସ୍କୋ ଅଫିସରେ ପହଞ୍ଚି ହୋହଲ୍ଲା କରିଥିଲେ।

- Advertisement -

୧୦ ଦିନ ମଧ୍ୟରେ ଲଗାଯିବ ବୋଲି କନିଷ୍ଠ ଯନ୍ତ୍ରୀ ମୌଖିକ ପ୍ରତିଶ୍ରୁତି ଦେବା ପରେ ଦିନ ସାଢ଼େ ୧୧ଟାରେ ମହିଳାମାନେ ଫେରିଥିଲେ। ଏ ବିଷୟରେ କେନ୍ଦୁଝର ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଟ୍ରାନ୍ସଫର୍ମର ଉପଲବ୍‌ଧ ଅଛି କି ନାହିଁ, ତାହା କହିପାରିନଥିଲେ। ଘଟଗାଁ ଏସ୍‌ଡିଓଙ୍କୁ ପଚାରିବାରୁ ସେ ୧୫ ଦିନ ଲାଗିବ ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories