www.samajalive.in
Tuesday, December 9, 2025
17.1 C
Bhubaneswar

ବାଲିକୁଦିଅ ପାନୀୟ ଜଳପ୍ରକଳ୍ପ ପାଇଁ ଚିହ୍ନଟ ହେଲା ଜାଗା, ୨୧୪ କୋଟି ଟଙ୍କାର ବ୍ୟୟ ବରାଦ ଅଟକଳ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ରାଇଚନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆଠାରେ ସ୍ଥାପିତ ହେବାକୁ ଯାଉଥିବା ବୃହତ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଶାନ୍ତି ଶୃଙ୍ଖଳାରେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ସହିତ ନଡିଆ ବାଡେଇ କାର୍ଯ୍ୟ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ବାଲିକୁଦିଆ ମୌଜାରେ ଖାତା ନଂ ୯୧୬, ପ୍ଲଟ ନଂ ୧୮୪୨ ଉପରେ ଥିବା ୧୦ ଏକର ମଧ୍ୟରୁ ୫ ଏକର ଜମି ନେଇ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଥିବା ଜାଗା ଚିହ୍ନଟ ପାଇଁ ସରକାରୀ ଅଧିକାରୀମାନଙ୍କୁ ବାରମ୍ବାର ଆସି ଫେରିବାକୁ ପଡୁଥିଲା। ସ୍ଥାନୀୟ ଲୋକେ ଏହାକୁ ବାରମ୍ବାର ବିରୋଧ କରୁଥିଲେ। ବିଳମ୍ବରେ ହେଲେ ମଧ୍ୟ ଲୋକେ ଏହି ପ୍ରକଳ୍ପର ମହତ୍ୱକୁ ବୁଝିଥିଲେ ଓ ପ୍ରଶାସନର ପ୍ରସ୍ଥାବରେ ରାଜି ହେବା ସହିତ ସେମାନଙ୍କର କିଛି ସମସ୍ୟା ବିଷୟରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ, ଯାହାକୁ ଅଧିକାରୀମାନେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ।

 

- Advertisement -

ଏହି ମୌଜାର ଚାରି ଶହ ଲୋକ ଏକଜୁଟ ହୋଇ ବହୁ ବିଚାର ବିମର୍ଶ ପରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରକଳ୍ପ ପାଇଁ ୨୧୪ କୋଟି ଟଙ୍କାର ବ୍ୟୟବରାଦ ଅଟକଳରେ ହେବାକୁ ଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଧର୍ମଶାଳା ବ୍ଲକର ୪୫ ପଞ୍ଚାୟତର ଲୋକମାନେ ପାଇପ ଯୋଗେ ଘରପାଖରେ ପାଣି ପାଇପାରିବେ। ଏଥିପାଇଁ ମଧ୍ୟ କାର୍ଯ୍ୟ ଜୋରସୋର ଚାଲିଛି।
ପ୍ରତ୍ୟେକ ଗାଁରେ ଏବେ ପାଇପ ବିଛାଯିବା ସହିତ ଘର ଘରକୁ ଟ୍ୟାପ ସଂଯୋଗ ପାଇଁ ଠିକାଦାର କାର୍ଯ୍ୟ କରୁଛି। ଏହି ପ୍ରକଳ୍ପର ଆଜି ଜମି ଚିହ୍ନଟ ହେବା ପରେ ମାପଚୁପ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ପ୍ରକଳ୍ପ ନହେବାକୁ ନେଇ ଥିବା ସନ୍ଦେହ ଏବେ ଲୋକମାନଙ୍କ ମନରୁ ଦୂରହୋଇଛି। ଆଜି ପ୍ରକଳ୍ପ ଜାଗା ଚିହ୍ନଟ ପାଇଁ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ଜେନାପୁର ଥାନାଧିକାରୀ ଆଶିଷ କୁମାର ସାହୁ, ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ, ବଳରାମପୁର୧ ରାଜସ୍ୱ ନୀରିକ୍ଷକ ସୁନୀଲ କୁମାର ନାୟକ, ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ଘଟଣାସ୍ଥଳରେ କୌଣସି ପ୍ରକାର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇନଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories