www.samajalive.in
Sunday, December 7, 2025
13.1 C
Bhubaneswar

କଂଗ୍ରେସର ଟ୍ବିଟର ଆକାଉଣ୍ଟ ଅଚଳ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଦଳୀୟ ନେତାଙ୍କ ଆକାଉଣ୍ଟ ପରେ ଏବେ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଅଚଳ ହୋଇଯାଇଛି। ଦଳର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ନେଇ ଗୁରୁବାର କଂଗ୍ରେସ ସୂଚନା ଦେବା ସହ ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ, ‘‘ଦଳର ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି, କିନ୍ତୁ ଆମେ ଆମ ଲଢେଇ ଜାରି ରଖିବୁ। ଆମ ନେତାମାନଙ୍କୁ ଜେଲରେ ପୁରାଇ ଦେବା ପରେ ମଧ୍ୟ ଆମେ ଡରି ନଥିଲୁ ତେବେ ବର୍ତ୍ତମାନ ଟ୍ବିଟର ଆକାଉଣ୍ଟ ବନ୍ଦ କରିଦେଲେ କ’ଣ ଡରିଯିବୁ? ଆମେ କଂଗ୍ରେସ, ଜନସାଧାରଣଙ୍କ ସନ୍ଦେଶ, ଆମେ ଲଢିବୁ, ଲଢୁଥିବୁ। ଯଦି ଦୁଷ୍କର୍ମ ପୀଡ଼ିତା ବାଳିକାକୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିବା ଅପରାଧ, ତାହେଲେ ଏଭଳି ଅପରାଧ ଆମେ ଶହେ ଥର କରିବୁ। ଜୟ ହିନ୍ଦ…ସତ୍ୟମେବ ଜୟତେ’’।  କଂଗ୍ରେସ ଟ୍ୱିଟର ଆକାଉଣ୍ଟ ଲକ୍‌ ହୋଇଯାଇଥିବା ଲେଖାର ସ୍କ୍ରିନଶଟ୍‌ ମଧ୍ୟ ଶେୟାର କରିଛି।

- Advertisement -

ସ୍କ୍ରିନଶଟ୍‌ରେ ଲେଖାଯାଇଛି ଯେ, ଏହି ଟ୍ୱିଟର ଆକାଉଣ୍ଟ କମ୍ପାନୀର ନିୟମକୁ ଉଲ୍ଲଂଘନ କରିଛି। ବିଶେଷ କରି ଆପଣ ବ୍ୟକ୍ତିଗତ ସୂଚନା ପୋଷ୍ଟ କରିବା ନିୟମକୁ ଉଲ୍ଲଂଘନ କରିଛନ୍ତି। ଆପଣ ବିନା ଅନୁମତିରେ ଅନ୍ୟମାନଙ୍କ ବ୍ୟକ୍ତିଗତ ସୂଚନାକୁ ପବ୍ଲିଶ କିମ୍ବା ପୋଷ୍ଟ କରିପାରିବେ ନାହିଁ।

ଏହାପୂର୍ବରୁ ଗତକାଲି ରାତିରେ ଦଳର ମହାସଚିବ ପ୍ରଣବ ଝା ଟ୍ୱିଟ୍‌ କରି ରାହୁଲ ଗାନ୍ଧୀଙ୍କ ପରେ ଏବେ ରଣଦୀପ ସୂର୍ଜେୱାଲା, ଅଜୟ ମାକେନ, ଜିତେନ୍ଦ୍ର ସିଂହ, ଏମ ଟାଗୋର ଓ ସୁସ୍ମିତା ଦେବଙ୍କ ଆକାଉଣ୍ଟକୁ ଲକ୍ କରି ଦିଆଯାଇଥିବା ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ହତ୍ୟା ପରେ ପୀଡ଼ିତାଙ୍କ ମୃତଦେହକୁ ଅଭିଯୁକ୍ତମାନେ ଜୋରଜବରଦସ୍ତି ସତ୍କାର କରିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାରୁ ଏହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା।

ଏସବୁ ଭିତରେ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ୍ କରି ଏକ ବିବାଦୀୟ ପୋଷ୍ଟ ମଧ୍ୟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଛି, ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories