www.samajalive.in
Wednesday, November 12, 2025
27.1 C
Bhubaneswar

‘ଆଗାମୀ ଦିନରେ ଓଡ଼ିଶାରେ ଏକମାତ୍ର ବିକଳ୍ପ କଂଗ୍ରେସ’

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଦିନରେ କଂଗ୍ରେସ ହିଁ ଜନତାଙ୍କ ଏକମାତ୍ର ବିକଳ୍ପ ଦଳ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଆଗାମୀ କଂଗ୍ରେସକୁ ସଶକ୍ତ କଂଗ୍ରେସ ବୋଲି ବର୍ଣ୍ଣନା କରି ପିସିସି ସଭାପତି କହିଛନ୍ତି ଯେ, ଦେଶରେ ସମ୍ବିଧାନ, ଭୋଟ ଚୋରି, ନାରୀ ନ୍ୟାୟ ଆଦି ବିଷୟକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନତାଙ୍କ ପାଖକୁ ଯାଉଛନ୍ତି। ଆମେ ମଧ୍ୟ ପ୍ରଦେଶସ୍ତରରେ ରାହୁଲଙ୍କ ବାର୍ତ୍ତା ଯେଭଳି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆବଶ୍ୟକ ସମସ୍ତ ପ୍ରୟାସ କରୁଛୁ। ତାଙ୍କର ଏହି ପ୍ରୟାସ ବର୍ତ୍ତମାନ ଏକ ଜନ ଜାଗରଣର ରୂପ ନେବାକୁ ବସିଲାଣି।
ସଙ୍ଗଠନ ସୃଜନ ଅଭିଯାନ ରାହୁଲଙ୍କ ଏକ ଅନନ୍ୟ ପ୍ରୟାସ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳସ୍ତରରେ ଜିଲା ସଭାପତି ମନୋନୟନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି।

କଂଗ୍ରେସ ଦଳର ୩୫ଟି ସାଙ୍ଗଠନିକ ଜିଲା ପାଇଁ ଏଆଇସିସିରୁ ଜଣେ ଏବଂ ପିସିସିରୁ ତିନିଜଣ ଏଭଳି ଚାରିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜିଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ ପରିଲକ୍ଷିତ ହେଉଛି, ଯାହା କଂଗ୍ରେସ ଦଳର ଭବିଷ୍ୟତ ପାଇଁ ଅତି ଶୁଭଙ୍କର। ଏହି ପ୍ରକ୍ରିୟାକୁ ଦଳର ଅଗଣିତ ନେତା ଓ କର୍ମୀ ଯେଭଳି ଉତ୍ସବମୁଖର କରୁଛନ୍ତି, ତାହା ସାଧାରଣ ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି। ଆଗାମୀ ୧୪ ତାରିଖରେ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମର ପରିସମାପ୍ତି ହୋଇ ପ୍ରତ୍ୟେକ ସାଙ୍ଗଠନିକ ଜିଲା ପାଇଁ ସଭାପତି ନିଯୁକ୍ତି ହେବ। ସେ କହିଛନ୍ତି, ତୃଣମୂଳସ୍ତରରେ ଏଭଳି ଗଣତାନ୍ତ୍ରିକ ଉପାୟରେ ସମସ୍ତ କଂଗ୍ରେସ କର୍ମୀଙ୍କ ମତାମତକୁ ସମ୍ମାନ ଦେଇ ନେତା ମନୋନୟନର ଏତେ ବ୍ୟାପକ କାର୍ଯ୍ୟକ୍ରମ କେବଳ କଂଗ୍ରେସ ଦଳ ପକ୍ଷରେ ହିଁ ସମ୍ଭବ। କାରଣ କଂଗ୍ରେସ ସବୁବେଳେ ଗଣତନ୍ତ୍ର, ସମ୍ବିଧାନ ଏବଂ ଲୋକଙ୍କ ଅଧିକାରକୁ ଅଗ୍ରାଧିକାର ଦେଇଥାଏ। କଂଗ୍ରେସ କେବଳ ଗଣତନ୍ତ୍ରର ଭାଷଣ ଦିଏ ନାହିଁ ବରଂ ଗଣତାନ୍ତ୍ରିକ ଉପାୟରେ ନିଜ ଦଳକୁ ନିର୍ମାଣ କରିବାରେ ବିଶ୍ୱାସ କରେ।

- Advertisement -

ସଙ୍ଗଠନ ସୃଜନ ଅଭିଯାନରେ ଅତ୍ୟନ୍ତ ଉତ୍ସାହ ସହକାରେ ଅଂଶଗ୍ରହଣ କରୁଥିବାରୁ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏବଂ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ରାହୁଲଙ୍କ ନୀତିଗତ ପ୍ରୟାସକୁ ନେଇ ଆଗାମୀ ଦିନରେ କଂଗ୍ରେସକୁ ଅଧିକ ମଜଭୁତ କରାଯାଇ ଲୋକଙ୍କ ଅଧିକାର ପାଇଁ ଅବିରାମ ସଂଘର୍ଷ କରାଯିବ ବୋଲି ସେ କହିଛନ୍ତି।

Hot this week

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

Related Articles

Popular Categories