www.samajalive.in
Friday, December 5, 2025
27.1 C
Bhubaneswar

ନୂଆପଡାରେ ଆହୁରି ସଶକ୍ତ ହେଉଛି କଂଗ୍ରେସ: ୪୦ରୁ ୫୦ଯୁବକ ଦଳରେ ହେଲେ ସାମିଲ

ନୂଆପଡ଼ା: ଉପନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରେ ମିଶ୍ରଣ ପର୍ବ ସେତେ ଅଧିକ ହେଉଛି। ଏହି କ୍ରମରେ ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ଏବିଟି ସମ୍ମିଳନୀ କକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ସଦର ମହକୁମାର ପ୍ରାୟ ୪୦ରୁ ୫୦ ଜଣ ଯୁବକ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ। ଏହି ଅବସରରେ ରାଜଗାଙ୍ଗପୁରର ବିଧାୟକ ରାଜନ୍ ଏକ୍କା ନୂଆପଡ଼ାର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ, ଯୁବ ନେତା ରବି ମଙ୍ଗରାଜ ଅଙ୍କିତ ସିଂହାଇ, ପବନ ଶର୍ମା, ନୂଆପଡ଼ା ପାଇଁ କଂଗ୍ରେସ ପ୍ରଭାରୀ ମୁରଲୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଦାସ ଉଭୟ ବିଜେପି ବିଜେଡ଼ିକୁ ଆକ୍ଷେପ କରି  ଉଭୟ ଦଳକୁ ଲାଜ ଲାଗିବା କଥା କହିଥିଲେ। ଏହା ଛଡ଼ା ବିଜେପିକୁ ପ୍ରାର୍ଥୀ ମିଳିଲା ନାହିଁ ସେମାନେ ବିଜେଡିର ଘୋଷିତ ପ୍ରାର୍ଥୀକୁ ଘୋଡ଼ା ବେପାର କରି ନିଜ ଦଳରେ ସାମିଲ କରିଛି।  ବିଜେଡି ମଧ୍ୟ ବିଜେପିର ବି ଦଳ ଭାବରେ ନିଜ ପ୍ରାର୍ଥୀଙ୍କୁ ବିଜେପି ହାତକୁ ଟେକି ଦେଇ  ଜାତୀୟ କଂଗେସ ପ୍ରାର୍ଥୀ ଘାସିରାମ ମାଝୀ ଙ୍କୁ ହରାଇବା ପାଇଁ ଟୋକନ୍ ପ୍ରାର୍ଥୀ ଦେବ ବୋଲି କହିଥିଲେ।  ଏହି ଅବସରରେ ଭକ୍ତ ବାବୁ ନୂଆପଡ଼ାରେ ସ୍ଥିର ରାଜନୀତି କରିବାକୁ ଆହ୍ବାନ ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories