www.samajalive.in
Friday, December 5, 2025
27.1 C
Bhubaneswar

ସରକାରଙ୍କ ଆର୍ଥିକ କଟକଣା: ଯୋତା ପାଲିସ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର:ରାଜ୍ୟରେ କରୋନା ମାଡ ଯୋଗୁଁ ସରକାରଙ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। ଏହାକୁ ନେଇ ମଙ୍ଗଳବାର ଅର୍ଥବିଭାଗ ପକ୍ଷରୁ ଏକ ଆର୍ଥିକ ମିତବ୍ୟୟିତା ନେଇ ନିର୍ଦେଶନାମା ଜାରି ହୋଇଥିଲା। ସେଥିରେ ପ୍ରମୁଖ ସଚିବ ଅଶୋକ ମୀନା ଦର୍ଶାଇଥିଲେ ଯେ ଆଗାମୀ ୨ବର୍ଷ ପାଇଁ କୌଣସି ପ୍ରକାର ନୂତନ ନିଯୁକ୍ତି ହେବନାହିଁ, ଖାଲି ପଦ ପୂରଣ ହେବନାହିଁ, ସରକାରୀ କର୍ମଚାରୀ ବିଦେଶ ଭ୍ରମଣ କରିପାରିବେ ନାହିଁ, ନୂତନ ଗାଡି କିଣାଯିବ ନାହିଁ, ସରକାରୀ କାର୍ଯ୍ୟାଳୟର ପ୍ରକୋଷ୍ଠର ନବୀକରଣ ହେବନାହିଁ ଭଳି ବହୁପ୍ରକାର କଟକଣା। ତେବେ ବିରୋଧ ପରେ ସରକାର ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି ।  ସରକାରଙ୍କ ପକ୍ଷରୁ ଖାଲି ପଦ ପୂରଣ ହେବ ଏବଂ ଯେଉଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବ ତାହା ମଧ୍ୟ କରାଯିବ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ସରକାରଙ୍କ ଏହି ସ୍ପଷ୍ଟୀକରଣକୁ ବିରୋଧୀ ହଜମ କରିପାରି ନାହାନ୍ତି। ସରକାର ତୁରନ୍ତ ଏହି ନିର୍ଦେଶନାମାକୁ ପ୍ରତ୍ୟାହାର କରିବା ଲାଗି କଂଗ୍ରେସ ଓ ବିଜେପି ପକ୍ଷରୁ ଦାବି କରାଯାଇଛି।ଏହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଜୋତା ସଫା କରି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କରୋନାରୁ କିଭଳି ଫାଇଦା ଉଠାଇ ହେବ ତାହା ସରକାରଙ୍କୁ ଭଲ ଭାବରେ ଜଣା। ତେଣୁ ବେକାରୀଙ୍କୁ ନିଯୁକ୍ତି ଦେବା ନେଇ ରୋକ୍ ଲଗାଇଛନ୍ତି। ନିଯୁକ୍ତି ବାବଦ ଅର୍ଥକୁ ଆଗାମୀ ଦିନରେ ନିର୍ବାଚନ ବୈତରଣୀ ପାର୍ ହେବାପାଇଁ ଠୁଳ କରୁଛନ୍ତି। ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରତିବର୍ଷ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ସରକାର ଚାହୁଁ ନାହାନ୍ତି। ସେହିପରି ରାଜ୍ୟରେ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟସରକାର କେବଳ ମଦ ବିକ୍ରି କରି ରାଜସ୍ୱ ପାଇବା କଥା ଚିନ୍ତା କରି ସେ ଦିଗରେ ମାତିଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସରକାରଙ୍କ ଏହି ନିର୍ଦେଶନାମା ଦୁର୍ଭାଗ୍ୟନକ। ଗୋଟିଏ ପଟେ ରାଜ୍ୟରେ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ସରକାରଙ୍କ ଏହି ନିର୍ଦେଶନାମା ବେକାରୀ ତଥା ଯୁବପିଢ଼ିଙ୍କ ପ୍ରତି ଉପହାସ ସଦୃଶ। ସରକାର ନିଯୁକ୍ତି ବାବଦକୁ ଅର୍ଥ କାଟ ନକରି ଅନ୍ୟ ଯୋଜନା ବାବଦ ଅର୍ଥ କାଟ୍ କରନ୍ତୁ। ନଚେତ୍ ସରକାରଙ୍କ ଉପରେ ବେକାରୀଙ୍କ ଅସନ୍ତୋଷ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories