www.samajalive.in
Friday, December 5, 2025
23.1 C
Bhubaneswar

ବିଜେପି ନେତାଙ୍କ ସମେତ ବାପା-ଭାଇଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାନ୍ଦିପୋର ଜିଲାରେ ଆତଙ୍କବାଦୀମାନେ ଜଣେ ବିଜେପି ନେତା ୱାସିମ ବରି, ତାଙ୍କ ବାପା ଓ ଭାଇଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ୱାସିମ ତାଙ୍କ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବାବେଳେ ରାତି ପ୍ରାୟ ୯ଟାରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ତାଙ୍କ ବାପା ବସୀର ଅହମ୍ମଦ ଏବଂ ଭାଇ ଉମର ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ।

ୱାସିମ ବାନ୍ଦିପୋର ଜିଲା ବିଜେପିର ପୂର୍ବତନ ସଭାପତି ଥିଲେ। କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ୱାସିମ, ତାଙ୍କ ବାପା ଏବଂ ଭାଇ ସେମାନଙ୍କ ଦୋକାନ ବାହାରେ ଛିଡ଼ା ହୋଇଥିବାବେଳେ ଆତଙ୍କବାଦୀମାନେ ଅଚାନକ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ୱାସିମଙ୍କର ୧୦ ଜଣ ପିଏସଓ(ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) ରହିଥିଲେ। କିନ୍ତୁ ଆକ୍ରମଣ ସମୟରେ କେହି ଉପସ୍ଥିତ ନ ଥିଲେ। ପିଏସଓମାନେ ଦୋକାନକୁ ଲାଗିଥିବା ୱାସିମଙ୍କ ଘରର ପ୍ରଥମ ମହଲାରେ ବସିଥିଲେ। ଏହି ହତ୍ୟାକାଣ୍ଡରେ ସେମାନଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୁଲିସ ଏବଂ ଯବାନଙ୍କର ଏକ ମିଳିତ ଟିମ୍‌କୁ ସର୍ଚ୍ଚ ଅପରେଶନରେ ନିୟୋଜିତ କରାଯାଇଛି। ଏହି ହତ୍ୟାକାଣ୍ଡକୁ ନେଇ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories