www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ ; ବର୍ତ୍ତମାନ ଜଗନ୍ନାଥ ହିଁ ଭରସା – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବର୍ତ୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି । ସରକାର କିଭଳି  ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ କହିଛନ୍ତି ।

ବିଭିନ୍ନ  କ୍ବାରେଣ୍ଟାଇନ ସେଣ୍ଟରରେ ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ।  ଯେଉଁମାନେ କ୍ବାରେଣ୍ଟାଇନରୁ ଡିସ୍‌ଚାର୍ଜ ହୋଇ ଯାଉଛନ୍ତି ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବାକଥା  ତାହା ଦିଆଯାଉନାହିଁ । କ୍ବାରେଣ୍ଟାଇନ ସେଣ୍ଟରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ତାହା କେହି କିଛି  ଜାଣି ପାରୁନାହାନ୍ତି । ତେଣୁ କ୍ବାରେଣ୍ଟାଇନ ସେଣ୍ଟର ଶୃଙ୍ଖଳିତ ଭାବେ ଚାଲୁନାହିଁ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ  କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ  ଯେଉଁ ପ୍ରବାସୀମାନେ ଫେରୁଛନ୍ତି ସେମାନଙ୍କୁ ସରକାର ଚାଉଳ, ଡାଲି ଦେବେ ବୋଲି କହିଥିଲେ ତାହା ମଧ୍ୟ ଦିଆଯାଇନାହିଁ । ଯେଉଁ ଏନ୍‌ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେବା କଥା ତାହା ମଧ୍ୟ  କରାଯାଉ ନାହିଁ । ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯିବ। ଲୋକ କେବେ କାମ କରିବେ? ସବୁଠାରୁ  ଚିନ୍ତାର ବିଷୟ ଯେ ପ୍ଲେନ୍ ଆସୁଛି, ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ଆମ ସରକାରଙ୍କୁ ଖବର ଦିଆଯାଉନାହିଁ ।

- Advertisement -

ଏବେ କ୍ବାରେଣ୍ଟାଇନକୁ ୨୧ ଦିନ ପରିବର୍ତ୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡକୁ ବର୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତ୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି । ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତି କିଛି ବୁଝାପଡୁନି। ଓଡିଶା  ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି । ଗୁଜୁରାଟକୁ ମଡର୍ଣ୍ଣ ରାଜ୍ୟ ଭାବେ କୁହାଯାଉଥିଲା । ବର୍ତ୍ତମାନ ମଧ୍ୟ ସେଠାକାର  ପରିସ୍ଥିତି ସମାନ । ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା । ଆଉ କେହି ନାହାନ୍ତି । ଜଗନ୍ନାଥ ଏଇ ଓଡିଶାବାସୀଙ୍କୁ ରକ୍ଷା  କରନ୍ତୁ । ଏଥିରୁ ସରକାରଙ୍କର ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ମନୋବୃତି ନଥିଲା ପରି ଜଣାପଡୁଛି ବୋଲି ନିରଞ୍ଜନ କହିଛନ୍ତି ।

ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍ ମଦ ବିକ୍ରି ନିଷ୍ପତି ସଂପର୍କରେ ମଧ୍ୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି , ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା କାରଣ  ଲକ୍‌ଡାଉନ ସମୟରେ ଏତେ କ୍ଷତି ହେଲାଣି । ଆଉ ୪/୫ ଦିନ ମଦ ବନ୍ଦ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା। ଏହି ସମୟରେ ସରକାରଙ୍କୁ ଏକ  ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ। କିନ୍ତୁ ସରକାରଙ୍କୁ ଏହି ସମୟରେ ବହୁତ ଗୁଡିଏ ଯେଉଁ ସୁଯୋଗ ମିଳିଥିଲା, ତାକୁ ଠିକ୍  ରୂପେ ବ୍ୟବହାର କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେ ନାହିଁ ବୋଲି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବାସହ ସରକାରଙ୍କୁ ଘେରିଛନ୍ତି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories