ଜିଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଆଠଗଡ : ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ କଟକ ଜିଲ୍ଲାପାଳ ତଥା ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ  ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୮୧ ଗୋଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ତନ୍ମମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୬୭ଗୋଟି ଏବଂ ସାମୂହିକ ୧୪ ଗୋଟି ଅଭିଯୋଗ ଥିଲା । ଅଭିଯୋଗ ସ୍ଥଳରେ ମୋଟ ୨୪ଗୋଟି ତତ୍କାଳୀନ ସମାଧାନ କରାଯାଇଛି। ରେଡ଼କ୍ରସ ରିଲିଫ ପାଣ୍ଠିରୁ ସାହୟତା ନିମିତ୍ତ ମୋଟ ୪ଟି ଏବଂ ବାର୍ଦ୍ଧକ୍ୟ ଭତ୍ତା ନିମିତ୍ତ ମୋଟ ୪ଟି ଅଭିଯୋଗ ଗ୍ରହଣ କରାଯାଇ ତତ୍କାଳ ସମାଧାନ କରାଯାଇଥିଲା । ଏତଦବ୍ୟତୀତ ଦୁଇଜଣ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ଏବଂ ଜଣଙ୍କୁ ଏକ ୱହିଲ ଚେୟାର ପ୍ରଦାନ କରାଯାଇଥିଲା। ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମାଞ୍ଚଳ ଆରାକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପ୍ପୋ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା, ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀ  ଉପସ୍ଥିତ ଥିଲେ ।

Comments are closed.