www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଗାପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀ; ବିବାଦ ଘନେଇବା ପରେ କରାଗଲା ପରିବର୍ତ୍ତନ

କୋଲକାତା: ଦକ୍ଷିଣ ପୂର୍ବ କୋଲକାତାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ବାରା ଆୟୋଜିତ ଏକ ଦୁର୍ଗା ପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ଅବିକଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ଦେଖାଯାଉଥିବା ପ୍ରତିମୂର୍ତ୍ତିକୁ ନେଇ ବିବାଦ ଘନେଇଛି। ଏହାକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଛି। ରବିବାର ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତିକୁ ନେଇ ଜୋରଦାର ବିବାଦ ଦେଖା ଦେଇଥିଲା। ବିବାଦ ବଢିବା ପରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତିମୂର୍ତ୍ତିଟି ଗାନ୍ଧୀଙ୍କ ପରି ଦେଖାଯିବା ଏକ ସଂଯୋଗ ମାତ୍ର। ମୁଣ୍ଡରେ କେଶ ନଥିବା ଓ ଚଷମା ପିନ୍ଧିଥିବା ସମସ୍ତ ବ୍ୟକ୍ତି ଯେ ମହାତ୍ମା ଗାନ୍ଧୀ ଏପରି ଭାବିବା ଭୁଲ୍‌। ଅସୁର ହାତରେ ଏକ ରକ୍ଷାକବଚ ଅଛି, କିନ୍ତୁ ଗାନ୍ଧୀ କେବେ ରକ୍ଷାକବଚ ରଖି ନଥିଲେ। ଏହା କେବଳ ଏକ ସଂଯୋଗ କି, ଆମ ‘ଅସୁର’ ଯାହାକୁ କି ମା’ ଦୁର୍ଗା ବଦ୍ଧ କରୁଛନ୍ତି, ସେ ଗାନ୍ଧୀଙ୍କ ଭଳି ଦେଖାଯାଉଛି।

ଅପରପକ୍ଷେ, ବିବାଦ ବଢିବା କାରଣରୁ ଆଜି ସକାଳେ ଏହି ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରାଯାଇଛି ଓ ମହାତ୍ମା ଗାନ୍ଧୀଙ୍କ ପରି ଦେଖା ଯାଉଥିବା ମୂର୍ତ୍ତିକୁ ହଟାଇ ଦିଆଯାଇଛି।

- Advertisement -


ଏପଟେ,​ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ମହିଷାସୁର ଭାବେ ଚିତ୍ରଣ କରିବାକୁ ନିନ୍ଦା କରିବା ସହିତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories