www.samajalive.in
Wednesday, December 10, 2025
18.1 C
Bhubaneswar

ଜିଲାପାଳଙ୍କ ଚେତାବନୀ; ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେଲେ ସରକାରୀ କର୍ମଚାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ: ବୌଦ୍ଧରେ ଜିଲାପାଳ ଭାବେ ଜେ ସୋନାଲ ଯୋଗଦେବା ଦିନଠାରୁ ହିଁ ଶାନ୍ତିଶୃଙ୍ଖଳାର ସହ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନାକୁ ପ୍ରାଥମିକତା ଦେଇଛନ୍ତି। ଜିଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ନିର୍ବାଚନ ପରିଚାଳନା ପାଇଁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ପ୍ରସ୍ତୁତ କରାଯାଉଥିବାବେଳେ ପାର୍କିଂ ବ୍ୟବସ୍ଥା ଓ ଇଭିଏମ ପାଇଁ ଷ୍ଟ୍ରଙ୍ଗରୁମ ପ୍ରସ୍ତୁତି ଆଦି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଜିଲାପାଳ ଜିଲାର ବିଭିନ୍ନ ଆଭ୍ୟନ୍ତରୀଣ ଗ୍ରାମ ବୁଲି ନିର୍ବାଚନ ପରିଚାଳନା ପାଇଁ ଚିହ୍ନଟ ହୋଇଥିବା ବୁଥ୍‌ଗୁଡିକର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଯେଉଁ ସ୍ଥାନରେ ପାନୀୟଜଳ, ଶୌଚାଳୟ ଓ ଅନ୍ୟ ସମସ୍ୟା ରହିଛି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି।

ସୂଚନା ମୁତାବକ, ଜିଲାରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧୧ଟି ବୁଥରେ ମତଦାନ କରାଯିବ। କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ଟି ବୁଥ୍ ରହିଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୯୪ ଟି ମତଦାନ କେନ୍ଦ୍ର ରହିଛି। ପ୍ରତ୍ୟେକ ବୁଥକୁ ସଂଯୋଗୀକରଣ ରାସ୍ତା ସଂପର୍କରେ ମଧ୍ୟ ଜିଲାପାଳ ଶ୍ରୀ ସୋନାଲ ଅନୁଧ୍ୟାନ କରିବା ସହିତ ଆବଶ୍ୟକସ୍ଥଳେ ରାସ୍ତା ନିର୍ମାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଦୁର୍ଗମ ଅଞ୍ଚଳରେ ଥିବା ମତଦାନକେନ୍ଦ୍ର ଗୁଡିକରେ ଯେପରି ମତଦାନ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ ସେଥିପାଇଁ ପ୍ରାଥମିକତା ଦିଆଯାଉଛି। ଜିଲା ଓ ବ୍ଲକସ୍ତରରେ ଅଧିକାରୀମାନଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ନେଇ ଘନ ଘନ ସମୀକ୍ଷା ବୈଠକ କରିବା ସହିତ ନିଷ୍ପକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ନିକଟରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଉପସ୍ଥିତିରେ ଏକ ନିର୍ବାଚନ ସମୀକ୍ଷା ବୈଠକରେ ନିର୍ବାଚନ ଆଚରଣବିଧି ଲାଗିଥିବା ସମୟରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ଥିବା ଜଣାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଜେ. ସୋନାଲ ସତର୍କ କରାଇଦେଇଛନ୍ତି। ନିର୍ବାଚନ ପରିଚାଳନା ପାଇଁ ସରକାରୀ କର୍ମଚାରୀମାନଙ୍କ ତାଲିମ ଆରମ୍ଭ ହୋଇସାରିଛି। କୌଣସି ବିଭାଗୀୟ ଅଧିକାରୀ ନିଜ କାର୍ଯ୍ୟାଳୟ ହେଡକ୍ୱାର୍ଟର ଛାଡି ନଯିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି। ଜିଲାରେ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଆଚରଣବିଧି ଘୋଷଣାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଉତ୍କଣ୍ଠା ପ୍ରକାଶ ପାଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories