www.samajalive.in
Monday, December 8, 2025
27.1 C
Bhubaneswar

ପାରାଦୀପ ବନ୍ଦରରେ କୋଇଲା ଲୋଡିଂ ବ୍ୟବସ୍ଥା ଅନୁଧ୍ୟାନ କଲେ କେନ୍ଦ୍ର ଖଣି ଓ କୋଇଲା କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ

କେନ୍ଦ୍ର ଖଣି ଓ କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ପାରାଦୀପରେ ପହଂଚି ପାରାଦୀପ ବନ୍ଦରର ଆମଦାନି ଓ ରପ୍ତାନି, ଯାନ୍ତ୍ରିକ କୋଇଲା ବର୍ଥ ପରିଦର୍ଶନ କରିବା ସହ ଜଳମାର୍ଗରେ ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ଆଗାମୀ ଦିନରେ ପାରାଦୀପ ବନ୍ଦରରେ କୋଇଲା ପରିବହନ କ୍ଷେତ୍ରରେ କିପରି ଅଗ୍ରଗାମୀ ହୋଇପାରିବ, ଏ ନେଇ ପାରାଦୀପ ବନ୍ଦର ପରିଦର୍ଶନ କରିବା ସହିତ ସେମାନେ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ କାଳରେ ମନ୍ତ୍ରୀ ଶ୍ରୀ ଯୋଶୀ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେଙ୍କ ସହ ପାରାଦୀପ ବନ୍ଦରରେ କୋଇଲା ଲୋଡିଂ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀ ଯୋଶୀ ସମୁଦ୍ରପଥରେ କୋଇଲା ପରିବହନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେବା ସହ ପାରାଦୀପ ବନ୍ଦରକୁ କୋଇଲା ହବ୍ ଭାବରେ ବ୍ୟବହାରର ସମ୍ଭାବନା ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ମନ୍ତ୍ରୀ ଏହି ଅବସରରେ ପାରାଦୀପ ବନ୍ଦର ନିକଟରେ ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଛନ୍ତି। ରିସିଭାଲ ସିଷ୍ଟମରେ ୱାଗନ-ଟିପଲର ସାହାଯ୍ୟରେ କୋଇଲା ଅନଲୋଡ୍ କରାଯାଏ। ଏହି ଅନଲୋଡିଂ ପ୍ରଣାଳୀ କୋଇଲାଗୁଣ୍ଡ ହ୍ରାସ କରିବା ସହିତ ସମୟ ଏବଂ ଡେମରେଜ୍ ଚାର୍ଜ ମଧ୍ୟ ବଞ୍ଚାଇବରେ ସାହାଯ୍ୟ କରେ। ପରେ ଶ୍ରୀ ଯୋଶୀ ମହାନଦୀ କୋଲ ଫିଲଡର ହିଙ୍ଗୁଳା ଅଞ୍ଚଳରେ ଅବସ୍ଥିତ ବାର୍ଷିକ ୮ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ବଳରାମ ଓପନକାଷ୍ଟ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଯାହାର ବ୍ଲାଷ୍ଟିଂ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ସେଠାରେ ସେ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ କୋଇଲା ଉତ୍ପାଦନ ଏବଂ ପ୍ରେରଣ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଯୋଶୀ ବଳରାମ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟସ୍ତ ଗୌରବ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏକ କୋଇଲା ଖଣିକୁ ପୁନସ୍ଥାପନ କରାଯାଇଥିବା ଏହି ସ୍ଥାନକୁ ଆଗାମୀ ଦିନରେ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବାର ସମ୍ଭାବନା ରହିଥିବା ଜଣାପଡିଛି। ଶ୍ରୀ ଯୋଶୀ ମଧ୍ୟ ହିଙ୍ଗୁଳା ଅଞ୍ଚଳସ୍ଥିତ ରେଳ ସାଇଡିଂ ପରିଦର୍ଶନ କରିବା ସହ ୱାଗନ୍ ଟର୍ନ-ଆରାଉଣ୍ଡ୍ ସମୟ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଠାରେ ଉପସ୍ଥିତ ରେଳ ଅଧିକାରୀମାନଙ୍କ ସହ କୋଇଲା ପ୍ରେରଣ ବୃଦ୍ଧି ଉପରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories