www.samajalive.in
Monday, December 8, 2025
27.1 C
Bhubaneswar

କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନ୍‌ଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ମୁମ୍ବଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜାମିନ ଆବେଦନ ଉପରେ ଲଗାତାର ୩ ଦିନର ଶୁଣାଣି ପରେ ବମ୍ବେ ହାଇକୋର୍ଟ ଗୁରୁବାର ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆର୍ଯ୍ୟନଙ୍କ ସମେତ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ ଓ ମୁନ୍‌ମୁନ୍‌ ଧାମେଚାଙ୍କୁ ମଧ୍ୟ ଜାମିନ୍‌ ମିଳିଛି। ତୃତୀୟ ଉଦ୍ୟମରେ ଆର୍ଯ୍ୟନଙ୍କୁ ଜାମିନ୍‌ ମିଳିଛି। ଏହାପୂର୍ବରୁ ସେସନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ୨୬ ଦିନ ପୁଲିସ ହେପାଜତରେ ରହିବା ପରେ ଆର୍ଯ୍ୟନଙ୍କୁ ଜାମିନ ମିଳିଛି।

ଜାମିନ୍‌ ମଞ୍ଜୁର ହୋଇଥିଲେ ମଧ୍ୟ ଆଜି ଜେଲ୍‌ରେ ରହିବେ ଆର୍ଯ୍ୟନ୍‌, ଅର୍ବାଜ୍‌ ଓ ମୁନ୍‌ମୁନ୍‌। ଆସନ୍ତାକାଲି ଜାମିନ ସମ୍ପର୍କିତ ଚୂଡ଼ାନ୍ତ ଆଦେଶ ପ୍ରକାଶ ପାଇବ। ଏହାପରେ ଆସନ୍ତାକାଲି କିମ୍ବା ଶନିବାର ସେମାନେ ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories