www.samajalive.in
Monday, December 8, 2025
14.1 C
Bhubaneswar

ସିଏମସି ଗୁମର : ହୋଲ୍ଡିଂ ଟିକସ୍ ଧାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ, ଅସାଧୁ କର୍ମଚାରୀ ମାଲେମାଲ

ଜଗତପୁର: କଟକ ମହାନଗର ନିଗମ ଏବେ ପାଲଟିଛି ଦୁର୍ନୀତିର ଗନ୍ତାଘର। ଦୁର୍ନୀତି ଓ ବିବାଦ ସିଏମସିର ପିଛା ଛାଡୁ ନାହିଁ।  କେତେକ ଅସାଧୁ କର୍ମଚାରୀ ସେମାନଙ୍କ ପକେଟ୍ ଗରମ କରି ନିଗମର କ୍ଷତି ପହଞ୍ଚାଇବାକୁ ପଛାଉ ନାହାନ୍ତି । ନିଗମର ମୁଖ୍ୟ ଆୟ  ହେଉଛ ହୋଲଡିଂ ଟିକସ୍ । ତେବେ ଏହି ହୋଲଡିଂ ଟିକସ ଧାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଉଛି । ଅସାଧୁ କର୍ମଚାରୀ ଲାଞ୍ଚ ନେଇ ହୋଲଡିଂ ଟିକସ୍ ଧାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କଟକ ମହାନଗର ନିଗମର ଜଗତପୁରରେ ଥିବା ୪୮ ଓ ୪୯ ନମ୍ବର ୱାର୍ଡରୁ ଆସିଛି । ଜଗତପୁରର ଏହି ୨ ୱାର୍ଡର ଆଇବି ରୋଡସ୍ଥିତ ଲକ୍ଷ୍ମୀବିହାର, ନାରାୟଣ ବିହାର, ଜଗନ୍ନାଥ ବିହାର, ଗୋପବନ୍ଧୁନଗର, ଗୋପବନ୍ଧୁ ସମବାୟ ନଗର, ମଧୁସୂଦନ ନଗର ଓ ପୋଡାବର ସ୍ଥିତ ସାଇ ରେସିଡେଣ୍ଟାଲ ଆଦି ଅଞ୍ଚଳରେ ହଜାର ହଜାର ନୂତନ ବାସଗୃହ ନିର୍ମାଣ ହୋଇଛି ଓ ଅନେକ ଗୃହର ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଅଞ୍ଚଳରେ କେତେକ ସ୍ଥାନରେ ସିଏମସିର ଡ୍ରେନେଜ୍, ବିଦ୍ୟୁତ୍, ପାନୀୟ ଜଳ, ରାସ୍ତାଘାଟ ଭଳି ଅନେକ ସମସ୍ୟା ମଧ୍ୟ ରହିଛି ।

ସୂଚନାଯୋଗ୍ୟ ଯେ, କଟକ ମହାନଗର ନିଗମ ଅଧିନରେ ଥିବା ବାସଗୃହ ଗୁଡିକରୁ ନିଗମ କର୍ତ୍ତୃପକ୍ଷ ବାର୍ଷିକ ହୋଲଡିଂ ଟିକସ୍ ଆଦାୟ କରିଥାନ୍ତି । ତେବେ ଏହି ହୋଲଡିଂ ଟିକସ ଆଦାୟ ପାଇଁ ଯେଉଁ ସର୍ଭେ କରାଯାଇଥାଏ ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ନିଗମ ଅନ୍ତର୍ଗତ ୪୮ ଓ ୪୯ ନମ୍ବର ୱାର୍ଡରେ ଅନେକ ନୂଆ ନୂଆ ଘର ଓ ଆପାର୍ଟମେଣ୍ଟ ଗଢିଉଠିଛି । ନୂତନ ଆବାସିକ ଅଞ୍ଚଳରେ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଇ ଏବଂ କମ୍ ହୋଲଡିଂ ଟିକସ୍ ଧାର୍ଯ୍ୟ କରାଇ ଦେବାର ପ୍ରତିଶ୍ରୁତି ଦେଇ କିଛି କର୍ମଚାରୀ ନିଜ ପକେଟ ଗରମ କରୁଛନ୍ତି । ସିଏମସିର କିଛି କର୍ମଚାରୀ ଏହି ଅଞ୍ଚଳକୁ ଆସି ନୂତନ ଗୃହ ନିର୍ମାତା ମାନଙ୍କଠାରୁ ହୋଲଡିଂ ଟିକସ ଧାର୍ଯ୍ୟ ନାଁରେ ଅନେକ ପ୍ରକାର ଆଳ ଦେଖାଉଛନ୍ତି । କମ୍ ଟିକସ କରାଇଦେବା ନାମରେ  ଅର୍ଥ ଲୁଟୁଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଜଣେ ଜଣେ ଗୃହକର୍ତ୍ତାଙ୍କ ଠାରୁ ୨୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି । ସରକାର ସ୍ବଚ୍ଛ ଓ ପାରଦର୍ଶୀ ପ୍ରଶାସନର ସ୍ଳୋଗାନ ଦେଉଥିବା ବେଳେ ଓ ମୋ ସରକାର କାର୍ଯ୍ୟକ୍ରମରେ ୫-ଟି ଲାଗୁ କରୁଥିବା ବେଳେ ଦୀପତଳ ଅନ୍ଧାର ଭଳି ସହର ଉପକଣ୍ଠରୁ ଏଭଳି ଅଭିଯୋଗ ଆସୁଛି ।

- Advertisement -

ଟିକସ ଦେବା ଜଣେ ନାଗରିକର କର୍ତ୍ତବ୍ୟ ଏବଂ ତା’ ବଦଳରେ ସେ ସରକାରୀ ସୁବିଧା ପାଇଥାଏ । ତେବେ ବିନା ସରକାରୀ ସୁବିଧା ସୁଯୋଗରେ ନାନା ପ୍ରକାର ବାହାନା ଓ ଆଳ ଦେଖାଇ ଟିକସ ସଂଗ୍ରକାରୀମାନେ ଏହି ଅର୍ଥ ଲୁଟୁଛନ୍ତି । ନିଗମ ଅଫିସର କେତେକ ଅଧିକାରୀଙ୍କ ନାମ ନେଇ ସେମାନେ ଏହି ବେଆଇନ ଅର୍ଥ ଆଦାୟ କରୁଛନ୍ତି । ସରକାର ତଥା ନିଗମର ଆଇନ ଫାନ୍ଦ ବିଷୟରେ ଜାଣି ନ ଥିବା ଓ ନୂଆ ଘର କରିଥିବା କିବା ଘର କିଣିଥିବା ଲୋକ ଏଥିରେ ଫସି ଅଯଥା ତଣ୍ଡ ଗଣୁଛନ୍ତି।

ସିଏମସିର କିଛି ଅସାଧୁ କର୍ମଚାରୀ ଏହାଦ୍ବାରା ମାଲେମାଲ ହେଉଛନ୍ତି। ତେବେ ଟିକସ୍ ଧାର୍ଯ୍ୟ ସମୟରେ ଗୃହଗୁଡିକର ଭିଡିଓଗ୍ରାଫି କରାଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଗଲେ ଅନେକ ପରିମାଣରେ ଦୁର୍ନୀତି ରୋକି ହେବ ଓ ଅସାଧୁ କର୍ମଚାରୀଙ୍କ ମୁଖା ଖୋଲିଯିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories