ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି ଏବଂ ଖୁବଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି। କାର୍ଯ୍ୟାନୁଷ୍ଠାନ ନେବାରେ ଆମ ସରକାର କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।
ଘଟଣା ଅତ୍ୟନ୍ତ ସଂବେଦନଶୀଳ ହୋଇଥିବାରୁ କ୍ରାଇମ…
— CMO Odisha (@CMO_Odisha) September 20, 2024



