www.samajalive.in
Monday, December 8, 2025
20.1 C
Bhubaneswar

ଭୁବନେଶ୍ୱର ଡିସିପି ଲେଖିବେ ଇତିହାସ! ମଦ ପିଇ ଥାନାକୁ ଗଲେ କଣ ଯାହା ଇଛା କରିବ…

ଡେସ୍କ: ଭରତପୁର ଥାନାରେ ଜଣେ ସେନା କ୍ୟାପଟେନଙ୍କୁ ହାଜତରେ ପୁରାଇ ମାଡ଼ ମାରିବା ଓ ତାଙ୍କ ବାନ୍ଧବୀଙ୍କୁ ଉଲଗ୍ଣ କରି ଯୌନ ନିର୍ଯାତନା ଦେବା କେଉଁ ଆଇନରେ ଲେଖା ହୋଇଛି ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି। ଇତି ମଧ୍ୟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଦେଇଥିବା ମନ୍ତବ୍ୟ ଖୋଲାଖୋଲି ଭାବେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଅମାନବୀୟ କାର୍ଯ୍ୟକଳାପକୁ ସମର୍ଥନ କରୁଛି ବୋଲି ମତ ପ୍ରକାଶ ପାଇଛି।

ଡିସିପି ଶ୍ରୀ ସିଂ ଏକ ଇଂରାଜୀ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ମନ୍ତବ୍ୟ ଅନୁଯାୟୀ, ଉଭୟ କ୍ୟାପଟେନ ଗୁରୁବଂଶ ଓ ବାନ୍ଧବୀ ଅଙ୍କିତା ଥାନାକୁ ଆସିବା ବେଳକୁ ମଦ୍ୟପାନ କରିଥିଲେ ଓ ଥାନା ଭିତରେ ସେମାନେ କୁଆଡେ ଥାନା କର୍ମଚାରୀଙ୍କୁ ମାଡ଼ ମାରିବା ସହ ଚାପୁଡ଼ା ମାରିବା ସହ କାମୁଡି ଦେଇଥିଲେ। ତେବେ ଡିସିପି ଶ୍ରୀ ସିଂଙ୍କ ମନ୍ତବ୍ୟ ଓ ପୀଡ଼ିତାଙ୍କ ବୟାନକୁ ଯଦି ବିଚାରକୁ ନିଆଯାଏ ତାହେଲେ ଏହା ବୁଝିବାକୁ ହେବ ଯେ ପୀଡିତା ମହିଳା ଅଙ୍କିତା ଆତ୍ମରକ୍ଷା ପାଇଁ ମାଡ଼ ମାରୁଥିବା, ତାଙ୍କ ଛୁଟି ଧରି ଘୋଷାଡ଼ି ଥିବା ଏବଂ ଉଲଗ୍ଣ କରିଥିବା ପୁଲିସ କର୍ମଚାରୀଙ୍କୁ ସେମାନେ ଚାହୁଁଥିବା କାର୍ଯ୍ୟ କରିବାକୁ ଦେଇଥାନ୍ତେ। ଡ଼ିସିପି ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ, ଥାନାକୁ ଯଦି କେହି ମଦ୍ୟପାନ କରି ଯାଇଥିବ, ସେ କ୍ଷେତ୍ରରେ ପୁଲିସ ଯାହା ଇଛା ତାହା କରି ପାରିବ ବୋଲି ମନେହୁଏ।

- Advertisement -

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଘଟଣା ଘଟିବା ପରେ ଡିସିପି ପ୍ରତୀକ ସିଂ ଭରତପୁର ଥାନା ଗସ୍ତ ନ କରି ଓ କେବଳ ସେହି ଥାନାର ଅଭିଯୁକ୍ତ କର୍ମଚାରୀଙ୍କ ଠାରୁ ଶୁଣି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ଜଣାପଡିଛି। କୌଣସି ତଦନ୍ତ ନ କରି କିମ୍ବା ପୀଡିତଙ୍କ ଠାରୁ କୌଣସି ମତାମତ ନ ନେଇ ଡ଼ିସିପି ଦେଇଥିବା ମନ୍ତବ୍ୟ ଏବେ ପୁଲିସ ପ୍ରଶାସନ ଓ ରାଜ୍ୟ ମୁଖିଆଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଡିସିପି କିନ୍ତୁ କହିନାହାନ୍ତି ଯେ ଥାନା ଭିତରେ ଜଣେ ମହିଳା ପୁଲିସ କେଉଁ ନିୟମ ଆଧାରରେ ରାତି ପୋଷାକରେ ଡ୍ୟୁଟି କରୁଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories