www.samajalive.in
Sunday, December 7, 2025
16.1 C
Bhubaneswar

ଓଡିଶା ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା; ଅଧିକାରୀଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ବ୍ୟୁରୋ) : ଓଡିଶା ଫେରୁଥିବା ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ଛଡା ନରେଗା ଯୋଜନାରେ ଶ୍ରମ ଯୋଗାଇ ଦେବାକୁ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲାରେ ଥିବା ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ସେ ଓଡିଶା ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା , ଏଥିରୁ କୌଶସି ଶ୍ରମିକ ଯେପରି ବାଦ୍‌ ନପଡନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ ସେ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆଗାମୀ ୮-୧୦ ଦିନର ଦୃଶ୍ୟପଟକୁ ନଜରରେ ରଖି ପଦକ୍ଷେପ ନେବା ସହ ଗ୍ରାମ ପଞ୍ଚାୟତସ୍ତରରେ ସୁବିଧା ସୁଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଓଡିଶା ଫେରନ୍ତାଙ୍କ ପାଇଁ ଗ୍ରାମପଞ୍ଚାୟତସ୍ତରରେ ସଂଗରୋଧ ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଲକ୍ଷ୍ୟ ଭିତିକ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏବେ ୫ ଲକ୍ଷ ମାନବ ଦିବସ ସୃଷ୍ଟି ହେଉଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ କୁହାଯାଇଥିବା ବେଳେ ଜଙ୍ଗଲଭିତିକ ଶ୍ରମ ଉପରେ ମଧ୍ୟ ପଦକ୍ଷେପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିରେ କେନ୍ଦୁପତ୍ର କର୍ମଚାରୀଙ୍କ ଜୀବନଜୀବିକାକୁ ଧ୍ୟାନ ଦେବାକୁ କୁହାଯାଇଛି । ଓଡିଶା ଫେରନ୍ତା ଶ୍ରମିକଙ୍କ ନମୂନା ପରୀକ୍ଷଣ କରାଯିବ। ସେଥିପାଇଁ ପରୀକ୍ଷଣ କେନ୍ଦ୍ର ୧୫ ହଜାରକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories