www.samajalive.in
Sunday, December 7, 2025
16.1 C
Bhubaneswar

ବାଦଲ ଫାଟିବାର ଦୃଶ୍ୟ କେବେ ଦେଖିଛନ୍ତି କି? ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ହିମାଚଳର କୁଲ୍ଲୁରେ ବାଦଲ ଫଟା ବର୍ଷା ହୋଇଛି। ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ବିଭିନ୍ନ ଦେଶର ଲୋକେ ଏହି ଭିଡିଓ ନିଜ ଅଞ୍ଚଳର ବୋଲି ଦାବି କରୁଥିବା ବେଳେ ବାସ୍ତବରେ ଏହା କିନ୍ତୁ ଅଷ୍ଟ୍ରିଆର ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ୱଣ୍ଡର ଅଫ୍‌ ସାଇନ୍ସ ନାମକ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍‌ କରି ଦାବି କରାଯାଇଛି ଯେ, ଏହା ହେଉଛି ମିଲଷ୍ଟେଡ୍‌ ହ୍ରଦ, ଅଷ୍ଟ୍ରିଆ ଉପରେ ବାଦଲ ଫାଟିବାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ଯାହାକୁ ଫଟୋଗ୍ରାଫର ପିଟର ମାୟର କ୍ୟାମେରାରେ କଏଦ କରିଛନ୍ତି। ଏହା ବାସ୍ତବରେ ଚକିତ କଲା ଭଳି ଏକ ଭିଡିଓ। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କିପରି ଆକାଶରେ ହଠାତ୍ ହଲ୍‌ଚଲ୍‌ ହେଉଛି ଏବଂ ପ୍ରବଳ ମାତ୍ରାର ବୃଷ୍ଟିପାତ ହେଉଛି। ତଳେ ସବୁକିଛି ସବୁକିଛି ଧୂଆଁଳିଆ ଦେଖାଯାଉଛି ।

ବାଦଲଫଟା ବର୍ଷା କ’ଣ?

- Advertisement -

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଗୋଟିଏ ସ୍ଥାନରେ ହଠାତ୍ ବହୁତ ବର୍ଷା ହୁଏ, ଏହାକୁ ବାଦଲଫଟା ବର୍ଷା କୁହାଯାଏ। ଏହାକୁ ବୁଝିବା ପାଇଁ ପାଣି ଭର୍ତ୍ତି ଏକ ବେଲୁନର ଉଦାହରଣ ନିଆଯାଇପାରେ। ଯେପରି ପାଣି ଭର୍ତ୍ତି ଏକ ବେଲୁନ୍ ଫାଟିଲେ ଗୋଟିଏ ସ୍ଥାନରେ ଏକସଙ୍ଗେ ପ୍ରବଳ ପାଣି ପଡ଼େ। ଠିକ୍‌ ସେହିପରି ଜଳରେ ପରିପୂର୍ଣ୍ଣ ବାଦଲ ଫାଟିଲେ ହଠାତ୍ ଗୋଟିଏ ସ୍ଥାନରେ ପ୍ରବଳ ବର୍ଷା ହେବା ଆରମ୍ଭ କରେ। କୌଣସି ଏକ ବିଶେଷ ସ୍ଥାନରେ ଏହା କିଛି ସମୟ ପାଇଁ ହୋଇଥାଏ।

କେତେବେଳେ ଫାଟେ ବାଦଲ ?

ବାଦଲ ଫାଟିବା ଘଟଣା ସେତେବେଳେ ହୁଏ, ଯେତେବେଳେ ବହୁତ ଜଳପୂର୍ଣ୍ଣ ବାଦଲ ଗୋଟିଏ ସ୍ଥାନରେ ରହିଯାଏ। ସେଠାରେ ଥିବା ଜଳ ବୁନ୍ଦା ପରସ୍ପର ସହିତ ମିଶି ଯାଆନ୍ତ। ଜଳ ବୁନ୍ଦାର ଓଜନରେ ବାଦଲର ଘନତ୍ବ ବଢିଯାଏ। ତା’ପରେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୁଏ। ବାଦଲଫଟା ବର୍ଷା ସାଧାରଣତ ବଜ୍ରପାତ ସହିତ ହୋଇଥାଏ।

ପର୍ବତ ଉପରେ କାହିଁକି ଅଧିକ ବାଦଲ ଫାଟେ ?

ଜଳରେ ପରିପୂର୍ଣ୍ଣ ବାଦଲ ପର୍ବତ ମଧ୍ୟରେ ଅଟକିଯାଏ। ସେମାନଙ୍କର ଉଚ୍ଚତା ବାଦଲକୁ ଆଗକୁ ଯିବାକୁ ଦିଏ ନାହିଁ। ଏହି କାରଣରୁ ହଠାତ୍ ଗୋଟିଏ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୁଏ। ପର୍ବତରେ ପାଣି ଅଟକି ପାରେନାହିଁ, ତେଣୁ ଖୁବଶୀଘ୍ର ଏହା ତଳକୁ ଆସିଯାଏ। ଯିଏ ତା’ ପଥରେ ଆସେ ସେ ତାକୁ ଭସାଇ ନିଏ। ଏହା ହେଉଛି ବଡ଼ ବିନାଶର କାରଣ। ୨୦୧୩ ରେ ଉତ୍ତରାଖଣ୍ଡର କେଦାରନାଥରେ ହୋଇଥିବା ବିନାଶକୁ କିଏ ଅବା ଭୁଲି ପାରିବ? ସେତେବେଳେ କେଦାରନାଥ ଧାମରେ ​​ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀ ଉଗ୍ର ରୂପ ଧାରଣ କରିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories