www.samajalive.in
Sunday, December 7, 2025
16.1 C
Bhubaneswar

୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହରେ ପାଠ ପଢା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢା ସୋମବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟକୁ ଆସିବାପରେ ଏହି ପିଲାମାନଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଫଳରେ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରାୟ ୨୦ ମାସ ପରେ ବିଦ୍ୟାଳୟକୁ ଆସିବା ଆରମ୍ଭ କରିଛନ୍ତି । ପୂର୍ବରୁ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ଶିକ୍ଷାଦାନ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଇଥିଲା । ଏହାପରେ ରାଜ୍ୟ ସରକାର ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯାଇ ଶିକ୍ଷାଦାନ ଆରମ୍ଭ ହୋଇଛି । ଶ୍ରେଣୀଗୃହରେ ପିଲାମାନଙ୍କ ପାଇଁ ନିର୍ଦ୍ଧାରିତ ଦୂରତାରେ ବସିବା ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କ ପାଇଁ ତୁଣ୍ଡି (ମାସ୍କ) ପିନ୍ଧିବା ଏବଂ ହାତ ସାନିଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ପିଲାମାନେ ଶ୍ରେଣୀଗୃହରେ ସକାଳ ୯.୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବସି ପାଠ ପଢିବେ । ତାହାସହିତ ପୂର୍ବଭଳି ଅନ୍‌ଲାଇନ କ୍ଲାସ ମଧ୍ୟ ଚାଲିବ ବୋଲି ଜଣାଯାଇଛି । କେତେକ ସ୍ଥାନରେ ପିଲାଙ୍କୁ ଫୁଲ, ଚକୋଲେଟ ଦେଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦେଢବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ପିଲାମାନେ ଶ୍ରେଣୀଗୃହକୁ ଫେରି ନିଜ ସାଙ୍ଗସାଥୀଙ୍କ ସହିତ ବସି ପାଠପଢାକୁ ନେଇ ଖୁସି ଥିବା କହିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories