www.samajalive.in
Wednesday, December 10, 2025
26.1 C
Bhubaneswar

ସିକେ ନାୟୁଡୁ ଟ୍ରଫି: ନାଗାଲାଣ୍ଡ ୧୯୩, ଓଡ଼ିଶା ୦/୨୫

କଟକ: ନାଗାଲାଣ୍ଡ କ୍ରିକେଟ୍‌ ଷ୍ଟାଡ଼ିୟମରେ ଭ୍ରମଣକାରୀ ଓଡ଼ିଶା ଓ ଘରୋଇ ନାଗାଲାଣ୍ଡ ମଧ୍ୟରେ ଖେଳାଯାଉଥିବା କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ର ଶୁକ୍ରବାର ଥିଲା ପ୍ରଥମ ଦିନ। ପ୍ରଥମ ଦିନରେ ନାଗାଲାଣ୍ଡ ଦଳ ପ୍ରଥମ ଇନିଂସରେ ୧୯୩ ରନ୍‌ରେ ଅଲଆଉଟ୍ ହୋଇଥିବା ବେଳେ ଓଡ଼ିଶା ଦଳ ପ୍ରଥମ ଇନିଂସ ବ୍ୟାଟିଂ କରି କୌଣସି ୱିକେଟ୍ ନ ହରାଇ ୨୫ ରନ୍ ସଂଗ୍ରହ କରିଛି। ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ନାଗାଲାଣ୍ଡକୁ ଆମନ୍ତ୍ରଣ କରିଥିଲା। ନାଗାଲାଣ୍ଡ ତରଫରୁ ନିଖିଲ ଗୌତମ ୯୦ ରନ୍, ପୁଚୁ ୨୩, ରେନ୍‌ଜାମୋ ୨୬, ଅଧିନାୟକ ସାମୱାଙ୍ଗ୍‌ ୨୦ ଓ ବିବେକ ୧୬ ରନ୍ କରିଥିବା ବେଳେ ୬ଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ।

ଓଡ଼ିଶାର ବୋଲର ପ୍ରୀତ୍‌ କନୱାର ସିଂହ ୫ଟି ୱିକେଟ୍ ହାସଲ କରିଥିବା ବେଳେ ତାପସ କୁମାର ଦାସ ଓ ସୌରଭ କାନୋଜିଆ ଦୁଇଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଜବାବରେ ଓଡ଼ିଶା ଦଳ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୨୫ ରନ୍‌ କରିଛି। ଦଳ ତରଫରୁ ବିନିତ ମହାନ୍ତି ୭ ଓ ଅମ୍ରିତ୍‌ ଖଟୁଆ ୧୬ ରନ୍‌ କରି ଅପରାଜିତ ରହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories