www.samajalive.in
Wednesday, December 10, 2025
26.1 C
Bhubaneswar

ବିଶ୍ବର ସର୍ବବୃହତ୍‌ ବାଲୁକା ମାସ୍କ

ପୁରୀ : ବଡ଼ଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ମାସ୍କ ପ୍ରସ୍ତୁତ କରିଛନ୍ତି। ଏହାର ଲମ୍ବ ୧୦୦ଫୁଟ ଏବଂ ଚଉଡା ୫୦ଫୁଟ ରହିଛି। ବାଲୁକା ମାସ୍କକୁ ୨ଜଣ ସାନ୍ତାକ୍ଲଜ ଧରିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାର ସମ୍ପର୍କରେ ସର୍ବବୃହତ ବାଲୁକା ମାସ୍କ ପ୍ରସ୍ତୁତ କରିଥିବା ସୁଦର୍ଶନ କହିଛନ୍ତି। ଏହି ବାଲୁକା ମାସ୍କ ଅନ୍ତର୍ଜାତୀୟ ପୁରସ୍କାର ଏବଂ ସ୍ବୀକୃତି ପାଇବ ବୋଲି ସେ ଆଶା ରଖିଛନ୍ତି।
ମାସ୍କ ବ୍ୟବହାର କରି ସୁରକ୍ଷିତ ରହିବାକୁ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦିଆଯାଇଛି। ବାଲୁକା ସାନ୍ତାକ୍ଲଜ ଏବଂ ମାସ୍କ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories