ସୂଚନା ଅଧିକାର ଆଇନ ସଚେତନତା 

ଚୌଦ୍ୱାର: ଓଡ଼ିଶା ସୂଚନା ଅଧିକାର ଅଭିଯାନର ଟାଙ୍ଗୀ-ଚୌଦ୍ୱାର ଶାଖା ପକ୍ଷରୁ ୫ଦିନ ବ୍ୟାପି ସୂଚନା ଅଧିକାର ଆଇନ ସଚେତନତା ଓ ଦୁର୍ନୀତି ବିରୋଧି ପ୍ରଚାର କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଅଭିଯାନ୍‍ର କଟକ ଜିଲା ଆବାହକ ଶ୍ରୀକାନ୍ତ ପାକଳଙ୍କ ଆବାହକତ୍ୱରେ ଚୌଦ୍ୱାର ପୌର କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଭୀମସେନ ବିଶ୍ୱାଳ, ହରିହର ବେଉରା, ମନୋଜ ସାହୁ, କମଳ ମହାନ୍ତି ପ୍ରମୁଖ ସୂଚନାଧିକାର କର୍ମୀ ଯୋଗଦେଇ ସୂଚନା ଅଧିକାର ଆଇନ ଓ ଏହାର ଉପଯୋଗିତା ସମ୍ପର୍କରେ ଲୋକମାନଙ୍କୁ ସଚେତିତ କରିଥିଲେ।

ସୂଚନାଧିକାର ଆଇନ ଓ ଏହାର ପ୍ରୟୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଶ୍ରୀ ପାକଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

Comments are closed.