www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ତୁଳନାରେ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ତିନି ଗୁଣ ବୃଦ୍ଧି : ୧୭୯ ବିଲିୟନ ଡ଼ଲାରରେ ପହଞ୍ଚିଲା

ବେଜିଂ : ଚୀନ୍ ଏହାର ପ୍ରତିରକ୍ଷା ବଜେଟକୁ ୧୭୯ ବିଲିୟନ ଡ଼ଲାରକୁ ବୃଦ୍ଧି କରିଛି । ଆମେରିକା ପରେ ସର୍ବାଧିକ ସାମରିକ ଖର୍ଚ୍ଚ ସହ ଚୀନ୍ ଦ୍ୱିତୀୟ ଦେଶ ପାଲଟିଛି । ବର୍ତ୍ତମାନ ଭାରତ ତୁଳନାରେ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ତିନି ଗୁଣ ବୃଦ୍ଧି ପାଇଛି । ଗତ ବର୍ଷ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ୧୭୭.୬ ବିଲିୟନ ଡ଼ଲାର୍ ଥିଲା । ବର୍ତ୍ତମାନର ବୃଦ୍ଧି ହେଉଛି ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଦ୍ୱାରା ପ୍ରସ୍ତୁତ ପ୍ରତିରକ୍ଷା ବଜେଟରେ ସର୍ବନିମ୍ନ ବୃଦ୍ଧି । କରୋନା ଭୂତାଣୁ ସଂକ୍ରମଣ ହେତୁ ଚୀନ ଅର୍ଥନୀତିରେ ଏକ ବଡ଼ ସଙ୍କଟ ବୋଲି ବିଶ୍ୱାସ କରାଯାଉଛି।

ଶୁକ୍ରବାର ଦିନ ଦେଶର ସର୍ବୋଚ୍ଚ ସଦନ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି) ରେ ଉପସ୍ଥାପିତ ହୋଇଥିବା ବଜେଟ୍ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ଚୀନ୍‌ର ପ୍ରତିରକ୍ଷା ବଜେଟର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ହେବ। ୨ ନିୟୁତ ସୈନ୍ୟ ସହିତ ଚୀନ୍‌ର ସାମରିକ ବାହିନୀ ବିଶ୍ୱରେ ସର୍ବ ବୃହତ ଅଟେ। ଚୀନ୍‌ର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଜିନହୁଆ ନ୍ୟୁଜ୍ ରିପୋର୍ଟ କରିଛି ଯେ କ୍ରମାଗତ ପଞ୍ଚମ ବର୍ଷ ପାଇଁ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ୧୦ ପ୍ରତିଶତରୁ କମ୍ ବୃଦ୍ଧି ହୋଇଛି ।

- Advertisement -

ଏନପିସିରେ ଉପସ୍ଥାପିତ ହୋଇଥିବା ପ୍ରତିରକ୍ଷା ବଜେଟ୍ ଅନୁଯାୟୀ, ଚଳିତ ବର୍ଷ ଚୀନ୍‌ର ପ୍ରତିରକ୍ଷା ବଜେଟ୍ ୧,୨୭୦ ବିଲିୟନ ୟୁଆନ୍ (ପ୍ରାୟ ୧୭୯ ବିଲିୟନ ଡ଼ଲାର୍) ହେବ । ରିପୋର୍ଟ ଅନୁଯାୟୀ,୨୦୧୯ ରେ ଚୀନ୍‌ର ମୋଟ ପ୍ରତିରକ୍ଷା ଖର୍ଚ୍ଚ ଆମେରିକାର ଚତୁର୍ଥାଂଶ ଥିଲା ।

ଚୀନ୍‌ର ବିପୁଳ ପ୍ରତିରକ୍ଷା ବ୍ୟୟ ହେତୁ ଭାରତ ଏବଂ ଅନ୍ୟାନ୍ୟ ଦେଶ ଏହି ଅଞ୍ଚଳରେ ନିଜର ସୁରକ୍ଷା ଓ ଶକ୍ତି ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories