www.samajalive.in
Friday, December 5, 2025
27.1 C
Bhubaneswar

ଭାରତର ଚିନ୍ତା ବଢିଲା; ସମୁଦାୟ ଏଲଏସିରେ ଚାଇନା ମୁତୟନ କରିଛି ଏସ-୪୦୦ ବ୍ୟବସ୍ଥା

ନୂଆଦିଲ୍ଲୀ: ଲଦାଖ ଏବଂ ଅରୁଣାଚଳପ୍ରଦେଶ ସୀମାନ୍ତରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏସ-୪୦୦ ବିମାନ ବିଧ୍ୱଂସୀ ବ୍ୟବସ୍ଥା ମୁତୟନ କରିଛି। ଏହାକୁ ନେଇ ଭାରତର ଚିନ୍ତା ବଢିଯାଇଛି। ଭାରତର ଚିଫ୍‍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ମଙ୍ଗଳବାର କହିଛନ୍ତି ଯେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସେ କହିଛନ୍ତି ଯେ କେବଳ ବିମାନ ବା ହେଲିକପ୍ଟର ନୁହେଁ, ଆକାଶମାର୍ଗକୁ ସଂପ୍ରତି ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବହୁଳ ବ୍ୟବହାର କରାଯିବା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ ଗତବର୍ଷ ଭାରତ ଓ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଆରମ୍ଭ ହେବାପରେ ଚାଇନା ଇତିମଧ୍ୟରେ ଲଦାଖ ଏବଂ ଅରୁଣାଚଳପ୍ରଦେଶରେ ଏଲଏସିରେ ଏସ-୪୦୦ ବିମାନ ବିଧ୍ୱଂସୀ ପ୍ରତିରକ୍ଷା ବ୍ୟବସ୍ଥାକୁ ବ୍ୟାପକ ଭାବରେ ମୁତୟନ କରିଛି। ଏହା ଭାରତର ବାୟୁ ପ୍ରତିରକ୍ଷା ଯୋଜନାକାରୀଙ୍କୁ ଏ ସମ୍ପର୍କରେ ପୁନଃ ବିଚାର କରିବା ଏବଂ ତାହାର ପାଲଟା ଜବାବ ଦେବାଭଳି ପଦକ୍ଷେପ ସମ୍ପର୍କରେ ଭାବିବାକୁ ବାଧ୍ୟ କରିଛି। ଏହା ସହିତ ପିଏଲଏ ସଂପ୍ରତି ୟୁଏଭି, ସ୍ୱାର୍ମ ଡ୍ରୋନ, କ୍ଷେପଣାସ୍ତ୍ର ଏବଂ ରକେଟ ଆଦି ମଧ୍ୟ ବ୍ୟବହାର କରୁଛି। ଭାରତ ୨୦୨୧ ଡିସେମ୍ବରରୁ ରୁଷିଆ ନିକଟରୁ ୫ଟି ସ୍କାଡ୍ରନ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇବାକୁ ଯାଉଛି। ଭାରତ ମଧ୍ୟ ଅଧିକ ସଂଖ୍ୟାରେ ୟୁଏଭି, ରକେଟ ଏବଂ କ୍ଷେପଣାସ୍ତ୍ର ରେଜିମେଣ୍ଟ ସୃଷ୍ଟି କରିବାରେ ଲାଗିଛି। ତେବେ ଚାଇନା ପଟୁ ଯେକୌଣସି ଆକ୍ରମଣର ମୁକାବିଲା କରିବାକୁ ଭାରତ ସମର୍ଥ ବୋଲି ଜେନେରାଲ ରାୱତ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories