www.samajalive.in
Wednesday, December 10, 2025
18.1 C
Bhubaneswar

ଚିଲିକାର ବିଦେଶୀ ପକ୍ଷୀଙ୍କ ସମାଗମ; ଭ୍ରମ ସୃଷ୍ଟି କରୁଛି ବଂଶଧାରା କୂଳ ଭାଲେରୀ ଗାଁ

ଗୁଣପୁର : ମୌସୁମୀ ଆଗମନରେ ଚଳଚଞ୍ଚଳ ହୋଇଉଠେ ଧରା। ମଣିଷଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ଚାତକ ପରି ଅନେଇ ରହିଥାନ୍ତି ମୌସୁମୀର ଆସିବା ବାଟକୁ। ବିଦେଶୀଗତ ପକ୍ଷୀ ଆସିଲେ ମୌସୁମୀ ଆସିବା ନେଇ ଏଠାକାର ଚାଷୀ ଅନୁମାନ କରନ୍ତି। ମୌସୁମୀ ଆସିବା ପୂର୍ବରୁ ଏଠାକୁ ଦଳ ଦଳ ହୋଇ ବିଦେଶୀଗତ (ସାଇବେରିଆ) ପକ୍ଷୀଙ୍କ ସୁଅ ଛୁଟେ। ଶୀତ ଶେଷ ପୂର୍ବରୁ ଏମାନେ ଘର ବାହୁଡା କରନ୍ତି। ହେଲେ ବାହୁଡା ବେଳେ ନିଜର ଛୁଆକୁ ସାଥିରେ ଧରି ନେଇଯାଆନ୍ତି। ଆଉ ଯେତିକି ସମୟ ଏଠାରେ ରହନ୍ତି ଏମାନଙ୍କ ସମାଗମ ଓ କୂଳୁକୂଳୁ ରାବରେ ପୁରୀ ଉଠି ବଂଶଧାରା ବେଳାଭୂମି। ଗୁଣପୁର ବଂଶଧାରା ନଦୀ ଅବିଭାବିକାରେ ଥିବା ଭାଲେରୀ ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି। ଏମାନଙ୍କ ସମାଗମରେ ଏହି ଅଞ୍ଚଳର ଚିଲିକାର ଭ୍ରମ ସୃଷ୍ଟି କରୁଛି। ଖାସ୍‍ ଏହି ମନରମ ଦୃଶ୍ୟକୁ ଦେଖିବାକୁ ଏବେ ବିଭିନ୍ନ ଅଞ୍ଚଳର ଲୋକଙ୍କ ସୁଅ ଛୁଟିବାର ଲାଗିଛି।
ଗୋଟିଏ କି ଦୁଇଟି ନୁହଁ ଏମିତି ଦଳଦଳ ସାଇବେରିଆ ପକ୍ଷୀ ଗଛରେ ବସନ୍ତି। ଆଉ କୂଳୁକୂଳୁ ରାବରେ ଗାଁ ପୂରୀ ଉଠେ। କେବଳ ସେତିକି ନୁହ କଳାରବରେ ଭାସି ଉଠୁଛି ବଂଶଧାରା ବେଳାଭୂମି। ମୌସୁମୀ ଆଗାମନ ପୂର୍ବରୁ ଦଳ ଦଳ ହୋଇ ଏଠାକୁ ଆସନ୍ତି ଶୀତ ଶେଷ ଯାଏଁ ଏଠାରେ ରହନ୍ତି। ଏହାର ମଧ୍ୟରେ ଅଣ୍ଡା ଦେଇ ଛୁଆ ଜନ୍ମ କରନ୍ତି। ଫେରିବା ବେଳକୁ ସାଙ୍ଗରେ ଛୁଆକୁ ଧରି ଯାଆନ୍ତି। ଏହାକୁ ଦେଖି ସ୍ଥାନୀୟ ଲୋକ ବେଶ୍‍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସେଥି ପାଇଁ ଏହି ବିଦେଶୀଗତ ପକ୍ଷୀ ଏଠାକୁ ଅତିଥି ହୋଇ ଆସୁଥିବାରୁ ସ୍ଥାନୀୟ ଲୋକ ସୁରକ୍ଷା ଯୋଗାଉଛନ୍ତି। ଗାଁରେ ଏକ କମିଟି କରି ପ୍ରତ୍ୟେକ ଦିନ ଏହି ପକ୍ଷୀଙ୍କୁ ସୁରକ୍ଷା ଦିଅନ୍ତି। ପୁଣି ଶିକାରୀଙ୍କଠାରୁ ନିରାପଦ ଦୂରତାରେ ରହୁଥିବାରୁ ଏହି ପକ୍ଷୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାର ଲାଗିଛି। ଗତ ୧୫ ବର୍ଷ ହେଲା ଏହି ପକ୍ଷୀ ଏଠାକୁ ଆସି ଛୁଆ ଜନ୍ମ କରୁଥିବାରୁ ଏହି ଅଞ୍ଚଳ ଏବେ ପକ୍ଷୀ ପ୍ରଜନନ କେନ୍ଦ୍ର ରୂପେ ପରିଚିତ।
ବଂଶଧରା ନଦୀ ଅଧିକ ପ୍ରଶସ୍ତ, ଗଭୀର ଓ ଚିରତ୍ସୋତ ରହିଥିବାରୁ ବର୍ଷତମାମ ଏଠାରେ ପାଣି ଜମି ରହେ। ଏହି ଅଞ୍ଚଳକୁ ପ୍ରକୃଷ୍ଟ ଆଶ୍ରୟସ୍ଥଳି ମନେ କରି ବିଦେଶାଗତ ପକ୍ଷୀ ଏଠାକୁ ଚାଲି ଆସନ୍ତି। ଲୋକଙ୍କ ସୁରକ୍ଷାରେ ଏମାନେ ବେଶ୍‍ ନିରାପଦରେ ଘୂରି ବୁଲନ୍ତି ଓ ଖାଦ୍ୟ ସଂଗ୍ରହ କରନ୍ତି। ଯାହାକି କୃତ୍ରିମ ଚିଲିକାର ଭ୍ରମ ସୃଷ୍ଟି କରୁଛି। ଗତକିଛି ମାସ ପୂର୍ବରୁ ଆସିଥିବା ଏହି ଆଗନ୍ତୁକ ପକ୍ଷୀ ଏବେ ଅଣ୍ଡା ଦେଇ ଛୁଆ ଜନ୍ମ କରିଛନ୍ତି। ଏମାନଙ୍କ ବଂଶବିସ୍ତାର ଦିଗରେ ବନବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି।
ପକ୍ଷୀଙ୍କ ବଂଶବିସ୍ତାର ପାଇଁ ଏଠାକାର ପରିବେଶ ଅନୁକୂଳ ରହିଥିବାରୁ ଏହି ଅଞ୍ଚଳରେ ପକ୍ଷୀ ଅଭ୍ୟୟାରଣ୍ୟ ସ୍ଥାପନ କରିବାକୁ ପରିବେଶବିତ୍‍ ଓ ପକ୍ଷୀପ୍ରେମୀମାନେ ଦାବୀ କରିଛନ୍ତି। ଚାରି ଆଡେ ଜଙ୍ଗଲର ଅବକ୍ଷୟ ସାଙ୍ଗକୁ ପଶୁପକ୍ଷୀଙ୍କ ଏଠାକାର ପରିବେଶ ଶୀକାର ସମସ୍ୟ ଚିନ୍ତାର କାରଣ ହୋଇଥିବାବେଳେ ଏଠାରେ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବା ଏମାନଙ୍କ ସୁରକ୍ଷା ଦାୟିତ୍ୱ ସ୍ଥାନୀୟ ଲୋକ ନେବା ନିଶ୍ଚିତ ଏକ ଉଦାହରଣ ବୋଲି କୁହାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଗମ କରିବାକୁ ୱାଚ ଟାୱାର ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି। ଏହି ବିଦେଶାଗତ ପକ୍ଷୀଙ୍କୁ ଅଧିକ ଆକୃଷ୍ଟ କରିବା ଦିଗରେ ଧ୍ୟାନ ଦେଲେ ଏହି ଅଞ୍ଚଳ ଅଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବା ସହ ଚିଲିକାର ବିକଳ୍ପ ରୂପେ ଉଭା ହୋଇପାରିବ। ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories