www.samajalive.in
Wednesday, December 10, 2025
26.1 C
Bhubaneswar

ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ମଙ୍ଗଳବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଏଠାକାର ଜଣେ ମହିଳାଙ୍କ ନିକଟରୁ ଏକ ସାଢେ ୪ ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳର ଜଣେ ଆଶାକର୍ମୀଙ୍କ ଠାରୁ ଶିଶୁ ସମ୍ପର୍କରେ ଖବର ପାଇଥିଲେ। ଉଦ୍ଧାର ଶିଶୁକୁ ଆଜି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି। ଏହାପରେ ଶିଶୁକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯଦି ଶିଶୁର ପ୍ରକୃତ ପରିଚୟ ନ ମିଳେ ତାହେଲେ ଆଇନ ଅନୁଯାୟୀ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ପଦକ୍ଷେପ ନିଆଯିବ। ଏହି ଉଦ୍ଧାର ସମୟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁନନ୍ଦା କୁମାରୀ ପତି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories