www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକ ମାସରେ ସାକ୍ଷୀ ଗୋପୀନାଥଙ୍କ ଛତୁଆ ଭୋଗ ଏକ ଅନନ୍ୟ ପରମ୍ପରା

ସୁଆଣ୍ଡୋ: ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ପାଖରେ କାର୍ତ୍ତିକ ମାସରେ ଛତୁଆ ଭୋଗ ଏକ ଅନନ୍ୟ ପରମ୍ପରା। ବହୁଳ ଭାବରେ ଏହି ମାସରେ ଛତୁଆ ଭୋଗ କରାଯାଇଥାଏ । ଶ୍ରୀ ଗୋପାଳ ପଶ୍ଚିମାଞ୍ଚଳର ଠାକୁର ହୋଇଥିବାରୁ ସବୁଦିନ ଗହମ ଜାତ ଦ୍ରବ୍ୟରେ ପ୍ରସ୍ତୁତ ଭଳିକି ଭଳି ଭୋଗ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ସରପୁଳି, ମଗଜଲଡୁ, ମିଠାଖୁରୁମା, ସାଦାଖୁରୁମା, ବଡ଼ ପିଠା, କାକରା, କେଳି, ଖଜା, ଲଡୁ, କୋରା, ବଲ୍ଲଭ, ଖଳିରୋଟି, କ୍ଷୀରି, ଅମାଲୁ ମରିଚିଲଡୁ ଆଦି ଅନେକ ପ୍ରକାରର ଭୋଗ ପ୍ରସ୍ତୁତ ହୋଇ ଠାକୁରଙ୍କୁ ତିନି ଧୂପରେ ପୂଜା କରାଯାଇଥାଏ । କାର୍ତ୍ତିକ ମାସର ଛତୁଆ ଭୋଗ ନେବାକୁ ଶ୍ରଦ୍ଧାଳୁଙ୍କ ଆଗ୍ରହ ପରିଲକ୍ଷିତ ହୋଇଥାଏ । ଘୋରଣାରେ ଗହମ ଓ ଲିଆକୁ ଗୁଣ୍ଡ କରାଯାଇ ଏଥିରେ ନବାତ ଗୁଜୁରାତି କର୍ପୂର ଆଦି ମିଶ୍ରିତ ହୋଇ ବିଭିନ୍ନ କିସମରେ ତିଆରି ହୋଇଥାଏ। ଏହି ଛତୁଆର ସ୍ୱାଦ ଅପୂର୍ବ । ଦିଅଁ ଦର୍ଶନ କରି ଭକ୍ତଟିଏ ଫେରି ଠାକୁରଙ୍କ ପ୍ରସାଦ କିଣିଲା ବେଳେ ଛତୁଆ ନିଶ୍ଚୟ କିଣି ଆଣିଥାଏ । ଏହାର ଦାମ ମଧ୍ୟ ସୁଲଭ । ୫ ଟଙ୍କାରୁ ୨୦ ଟଙ୍କାରେ ଏହା ମିଳିଥାଏ । ସାକ୍ଷୀ ଗୋପୀନାଥଙ୍କ ଛତୁଆ ଭୋଗର ନାଁ ବିଖ୍ୟାତ ହୋଇରହିଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories