www.samajalive.in
Thursday, December 11, 2025
23.1 C
Bhubaneswar

‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କର : ବଘେଲ

ରାୟପୁର : ବଲିଉଡ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବା ଲାଗି ଦାବି କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଛତିଶଗଡର ବିରୋଧୀ ବିଜେପି ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀ ବଘେଲ ଏପରି କହିଛନ୍ତି। ବଘେଲ କହିଛନ୍ତି ଯେ ଚଳଚ୍ଚିତ୍ର ଉପରୁ ରାଜ୍ୟ ସରକାର ସଂଗ୍ରହ କରୁଥିବା ଟିକସର କିଛି ଭାଗ କେନ୍ଦ୍ର ସରକାର ନେଉଛନ୍ତି। ତେଣୁ କେନ୍ଦ୍ର ସରକାର ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ଦେଶରେ ଟିକସ ମୁକ୍ତ କରିବା ଦରକାର। ବୁଧବାର ବିଧାନସଭାର ପ୍ରଶ୍ନତ୍ତୋର କାଳରେ ବିରୋଧୀ ଦଳ ନେତା ଧରମଲାଲ କୌଶିକ ‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। କୌଶିକଙ୍କ ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଜବାବ ଦେବା ସହିତ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories