www.samajalive.in
Tuesday, December 9, 2025
17.1 C
Bhubaneswar

ଚୌଦ୍ୱାର ଜେଲରେ ନିଆରା ବାହାଘର,ପୀଡ଼ିତାର ହାତ ଧରିଲେ ଅଭିଯୁକ୍ତ କଏଦୀ

ଚୌଦ୍ୱାର : ସ୍ଥାନୀୟ ସର୍କଲ ଜେଲରେ ବୁଧବାର ଦିନ ଅନୁଷ୍ଠିତ ହୋଇଛି ଏକ ନିଆରା ବାହାଘର। ଜଣେ ବିଚାରାଧୀନ କଏଦୀ ଓ ପୀଡ଼ିତାଙ୍କର ହାତଗଣ୍ଠି ପଡ଼ିଛି । ଚୌଦ୍ୱାର ଜେଲ ପରିସରରେ ଆୟୋଜିତ ଏହି ବିବାହ ଉତ୍ସବରେ ଜେଲର ବିଚାରାଧୀନ କଏଦୀ କଟକ ସହର ବାଦାମବାଡ଼ି ଥାନା ଅଧିନ ଖାନନଗରର ଯୁବକ ତାପସ କୁମାର ବେହେରା ଓ କନ୍ୟା କଟକ ପି. ସରକାର ଲେନ୍ ସାହିର ପୀଡ଼ିତା ସୁନୀତା ନାୟକଙ୍କ ମଧ୍ୟରେ ଶୁଭ ବିବାହ ଅନୁଷ୍ଠିତ ହୋଇଛି । ହିନ୍ଦୁଧର୍ମ ମତେ ବୈଦିକ ରୀତି ଅନୁଯାୟୀ ବର ଓ କନ୍ୟାଙ୍କୁ ନୂତନ ବସ୍ତ୍ର ଓ ଅଳଙ୍କାରରେ ସଜାଇ ବେଦିକୁ ଅଣା ଯାଇଥିଲା। ପଣ୍ଡିତ ବିଶ୍ୱନାଥ ତ୍ରିପାଠୀ ଓ ପଣ୍ଡିତ ରାଜକିଶୋର ତ୍ରିପାଠୀଙ୍କ ବେଦପାଠ ଓ ମନ୍ତ୍ରଧ୍ୱନୀ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସମାଜସେବୀ ତଥା ଶିକ୍ଷବିତ୍ ଅମୀୟବାଳା ପରିଡ଼ା ଉପସ୍ଥିତ ରହି କନ୍ୟାଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ପରେ ଏକ ବିବାହ ଘୋଷଣା ଚୁକ୍ତିପତ୍ରରେ ଉଭୟ ବର-କନ୍ୟା ସ୍ୱାକ୍ଷର କରିଥିଲେ। ବିବାହର ସ୍ମୃତି ନିଦର୍ଶନ ଭାବେ ନବଦମ୍ପତି ଜେଲ ପରିସରରେ ଏକ ଚାରାବୃକ୍ଷ ରୋପଣ କରିଥିଲେ। ଶ୍ରମତୀ ପରିଡ଼ାଙ୍କ ଦ୍ୱାରା ସମସ୍ତଙ୍କୁ ଭୋଜି ଭାତରେ ଆପ୍ୟାୟିତ କରାଯାଇଥିଲା। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍, ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ୍ ଏବଂ ଚୌଦ୍ୱାର ଜେଲର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଶୁଭ ବିବାହ କାର୍ଯ୍ୟକ୍ରମରେ ଜେଲ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା, ଜେଲର ବିଭେନ୍ଦୁ ଭୁୟାଁ, କାରା ମଙ୍ଗଳ ଅଧିକାରୀ ରାମକୃଷ୍ଣ ଦାସଙ୍କ ସମେତ ଜେଲର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ତଥା ଉଭୟ ବର-କନ୍ୟାଙ୍କ ପିତାମାତା, ବନ୍ଧୁ ବାନ୍ଧବ, ସମ୍ପର୍କୀୟ ଉପସ୍ଥିତ ଥିଲେ । ଉଦ୍ଧାର ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସ, ଉପ ସଭାପତିି ଗୋଲାପ ସିଂହ, ଦିଲ୍ଲିପ ସାହୁ, ସଂଜୀବ ନାୟକ, ଆର.କେ.ମଳୟ, ସେକ୍ ଅଜମଲ, ସାମୁଏଲ ବେହେରା,ସ୍ମୃତି ରଞ୍ଜନ ନାୟକଙ୍କ ସମେତ ଫାଉଣ୍ଡେସନ୍ ଓ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟଯେ ଅଭିଯୁକ୍ତ ତାପସ ଜେଲରେ ଥିବାବେଳେ ନିଜ କର୍ମପାଇଁ ଅନୁତାପ କରିବା ସହିତ ପୀଡ଼ିତାକୁ ଜୀବନସାଥୀ କରିବାପାଇଁ ଆଗ୍ରହ ପ୍ରକାଶ କରି ଜେଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ତାଙ୍କ ନିବେଦନକୁ ବିବେଚନା କରାଯାଇ ଉଭୟଙ୍କ ବିବାହ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍ସ କୋଟ) ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପସ ଓ ସୁନୀତାଙ୍କ ବିବାହରେ ଉଭୟଙ୍କ ପରିବାର ଅନନ୍ଦ ପ୍ରକାଶ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories