www.samajalive.in
Monday, December 8, 2025
13.1 C
Bhubaneswar

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନି ସୋମବାର ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଜାବର ଷୋଷଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଞ୍ଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ କଂଗ୍ରେସ ସେନା ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ସହିତ ସୁଖଜିନ୍ଦର ଏସ ରାନ୍ଧୱା ଏବଂ ଓମପ୍ରକାଶ ସୋନି ଦୁଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିଲେ। ଚନ୍ନି ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଶପଥ ନେଇଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଜାଠ ଶିଖ ସମୁଦାୟ ଏବଂ ଅନ୍ୟଜଣକ ହିନ୍ଦୁ ସମୁଦାୟଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଶପଥ ନେବାକୁ ଯିବା ପୂର୍ବରୁ ଚନ୍ନି ରୁପନଗର ଗୁରୁଦ୍ୱାରାରେ ପୂଜାର୍ଚ୍ଚନା କରିଥିଲେ।
ଚନ୍ନି ଏହାକୁ ମିଶାଇ ତିନିଥର ରୁପନଗର ଚାମକଉର ସାହିବ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କ୍ୟାପଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରିମଣ୍ଡଳରେ ସେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ୨୦୧୫ରେ ଚନ୍ନି ପଞ୍ଜାବର ଚତୁର୍ଦ୍ଦଶ ବିଧାନସଭାରେ ଗୃହରେ ବିରୋଧୀଦଳ ନେତା ଭାବରେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ ପଞ୍ଜାବର ନବନିଯୁକ୍ତ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଧୁଙ୍କ ସହିତ ମତପାର୍ଥକ୍ୟ ଲାଗିରହିବା ପରେ ଶନିବାର ଦିନ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories