www.samajalive.in
Saturday, December 6, 2025
26.1 C
Bhubaneswar

ଯୋଡିପଥର ଗ୍ରାମକୁ ବାଘ ଆସିବା ଭିଡିଓ ଭାଇରାଲ ,ଲୋକେ ଭୟଭୀତ

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଯୋଡିପଥର ଗ୍ରାମକୁ ବାଘ ଆସିବା ଭିଡିଓ ଏବେ ମୋବାଇଲରେ ମୋବାଇଲକୁ ଘୁରି ବୁଲୁଛି । ଏ ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ଆଖପାଖ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ପୁର୍ବରୁ ଅଞ୍ଚଳରେ କୌଣସି ବାଘଥିବା ଦୃଷ୍ଟିକୁ ଆସି ନଥିବା ବେଳେ ଅଧରାତିଆ ଗ୍ରାମକୁ ଆସିଥିବା ବନ୍ୟଜନ୍ତୁଟି ଲୋକଙ୍କୁ ଭୟଭୀତ କରିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳର ଚାନ୍ଦିପୁଟ ନିକଟରେ ଲକ୍ଷାରୀ ଅଭୟାରଣ୍ୟ ରହିଛି। ଭାଇରାଲ ହେଉଥିବା ଭିଡିଓରେ ଦୃଶ୍ୟମାନ ହେଉଥିବା ବନ୍ୟଜନ୍ତୁଟି ବିରାଡ଼ି ଜାତୀୟ ପଶୁ , ଏବଂ ଶରୀର ଲମ୍ବା , ଲାଞ୍ଜ ମଧ୍ୟ ଲମ୍ବା ଥିବା ଜଣାପଡ଼ୁଛି । ଯାହା ଫଳରେ ଏହା ଛୋଟିଆ ବାଘ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ କିଛି କଲେଜ ପଢୁଆ ପିଲା ମାନେ ଘର ଭଡ଼ା ନେଇ ରହୁଥିବା ବେଳେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ ଦୁଇ ଜଣ ଛାତ୍ର ବାହାରକୁ ବାହାରିଥିଲେ । ସେହି ସମୟରେ ଗ୍ରାମ କୋଠ ଘର ନିକଟରୁ ପ୍ରଥମେ ଛେଳି ଗୁହାଳ ଓ ପରେ କୁକୁଡ଼ା ଘର ନିକଟକୁ ଏକ ଜନ୍ତୁ ଛପି ଛପି ଆସୁଥିଲା । ଯାହା ବାଘ ଭଳି ଦିଶୁଥିବା ଜାଣି ଦୁଇ ଜଣ ଛାତ୍ର ଭୟରେ ଲୁଚି ଦୂରରୁ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ପରେ ଗ୍ରାମର କୁକୁର ମାନେ ଭୋକିବା ଆରମ୍ଭ କରିବା ପରେ ସେଠାରୁ ଦୌଡ଼ି ପଳାଇଥିବା ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତି ଜଣକ କହିଛନ୍ତି। ଉତ୍ତୋଳନ ହୋଇଥିବା ଭିଡିଓରୁ ସ୍ବଷ୍ଟ ଅନୁମାନ ହୋଇଛି ଯେ ବନ୍ୟଜନ୍ତୁ ବିରାଡ଼ି ଜାତୀୟ ଛୋଟିଆ ବାଘ ବୋଲି । ଅନ୍ୟପକ୍ଷରେ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଏ ପର୍ୟ୍ୟନ୍ତ କୌଣସି ପଶୁ କିମ୍ବା କୁକୁଡ଼ା କ୍ଷତି ହୋଇନାହିଁ । କିନ୍ତୁ ବାଘ ଆସିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ସନ୍ଧ୍ୟା ହେଲେ ଗ୍ରାମବାସୀ ଭୟଭୀତ ଭାବେ ଜୀବନ ବିତାଉଥିବା କହିଛନ୍ତି । ଏ ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବୁଝିବାରୁ ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଥିବା କୌଣସି ରେକର୍ଡ ନାଁହି। ଯଦି ମୋବାଇଲରେ ଭିଡିଓ ଭାଇରାଲ ହେଉଛି ତାହା ତଦନ୍ତ ପରେ ସ୍ବଷ୍ଟ ଭାବେ ଜଣାପଡ଼ିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories