www.samajalive.in
Tuesday, December 9, 2025
16.1 C
Bhubaneswar

ମୟଙ୍କଙ୍କ ପରେ କୋହଲିଙ୍କ ଶତକ; ମଜଭୁତ ସ୍ଥିତିରେ ଭାରତ

ପୁଣେ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ଦ୍ବିତୀୟ ଦିବସରେ ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିନରେ ମୟଙ୍କ ଅଗ୍ରୱାଲ ଏବଂ ଦ୍ବିତୀୟ ଦିନରେ କ୍ୟାପଟେନ ବିରାଟ କୋହଲିଙ୍କ ଶତକ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛି। ପ୍ରଥମ ସେସନରେ ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତର ସ୍କୋର ୩ ୱିକେଟ ବିନିମୟରେ ୩୫୬ ରନରେ ପହଞ୍ଚିଛି। ପ୍ରଥମ ଦିବସରେ ରୋହିତ ଶର୍ମା କମ୍‌ ସମୟ ମଧ୍ୟରେ ଆଉଟ ହୋଇଯିବା ପରେ ଓପନର ମୟଙ୍କ ଅଗ୍ରୱାଲ ଏବଂ ଚେତେଶ୍ଵର ପୂଜାରା ଇନିଂସ ସମ୍ଭାଳିଥିଲେ। ୨ୟ ୱିକେଟରେ ପୂଜାରା ମୟଙ୍କଙ୍କ ସହିତ ୧୩୮ ରନ ଯୋଡ଼ିବା ପରେ ବ୍ୟକ୍ତିଗତ ୫୮ ରନ୍‌ କରି ଆଉଟ ହୋଇଯାଇଥିଲେ। ପରେ ୧୦୮ ରନ ପାଳି ଖେଳି ଦଳୀୟ ସ୍କୋର ୧୯୮ରେ ମୟଙ୍କ ଆଉଟ୍‌ ହୋଇଯାଇଥିଲେ। ପରେ ପରେ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଭଲ ପ୍ରାରମ୍ଭ କରି ଦଳକୁ ସମ୍ଭାଳିଥିଲେ। ପ୍ରଥମ ଦିନରେ ଭାରତ ୩ ୱିକେଟ ବିନିମୟରେ ୨୭୩ ରନ ସଂଗ୍ରହ କରିଥିଲା। ବିରାଟ କୋହଲି ୬୩ ଏବଂ ରାହାଣେ ୧୮ ରନରେ ଅପରାଜିତ ଥିଲେ। ୨ୟ ଦିନରେ କୋହଲି କ୍ୟାରିୟରର ୨୬ ତମ ଶତକ ହାସଲ କରିବା ସହିତ ୧୦୪ ରନରେ ଅପରାଜିତ ରହି ଖେଳୁଛନ୍ତି। ରାହାଣେ ଅର୍ଦ୍ଧଶତକୀୟ ପାଳି ଖେଳି ୫୮ ରନରେ ଅପରାଜିତ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories