ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧୭ କୋଟି ୪୯ ଲକ୍ଷରୁ ଅଧିକ କୋଭିଡ ପ୍ରତିଷେଧକ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। ତାହା ମଧ୍ୟରୁ ୧୬ କୋଟି ୬୫ଲକ୍ଷ ଟିକା ଲୋକମାନଙ୍କୁ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୮୪ ଲକ୍ଷରୁ ଅଧିକ ପାନ ପ୍ରତିଷେଧକ ଟିକା ମହଜୁଦ ଅଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆସନ୍ତା ୩ ଦିନ ଭିତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୫୩ ଲକ୍ଷ ୨୫ ହଜାରରୁ
ଅଧିକ ପାନ କୋଭିଡ ପ୍ରତିଷେଧକ ଯୋଗାଇ ଦିଆଯିବ।
ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲାରେ ପ୍ରତିଷେଧକ ଟିକାଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଉତ୍ତର ପ୍ରଦେଶ ରେ ୯ଲକ୍ଷ ୮୮ ହଜାର ପ୍ରତିଷେଧକ ଟିକା ମହଜୁଦ ଥିବାବେଳେ ତାମିଲନାଡୁରେ ୭ଲକ୍ଷ ୨୮ ହଜାର ପ୍ରତିଷେଧକ ଟିକା ମହଜୁଦ ଅଛି ବୋଲି ମନ୍ତ୍ରଣାଳୟ କହିଛି।
ରାଜ୍ୟଗୁଡିକୁ ଦିଆଗଲାଣି ୧୭.୪୯ କୋଟି ମାଗଣା ଟିକା : ଆସନ୍ତା ୩ ଦିନରେ ଯିବ ୫୩.୨୫ ଲକ୍ଷ
Popular Categories



