www.samajalive.in
Thursday, December 11, 2025
23.1 C
Bhubaneswar

୧୫ କୋଟିରୁ ଅଧିକ କୋଭିଡ ପ୍ରତିଷେଧକ ଟୀକା ମାଗଣାରେ ଯୋଗାଇ ଦେଇଛି କେନ୍ଦ୍ର

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ କୋଟିରୁ ଅଧିକ ଟିକା ମାଗଣାରେ ଯୋଗାଇ ଦିଆଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ବ୍ୟବହୃତ ହେବାକୁ ଥିବା ଏକ କୋଟିରୁ ଅଧିକ ଡୋଜ ଟିକା ଉପଲବ୍ଧ ରହିଛି।

ଭାରତ ଚଳିତ ବର୍ଷ ଜାନୁଆରୀ ୧୬ରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲା। ମନ୍ତ୍ରଣାଳୟ କହିଛି ଯେ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୮୦ ଲକ୍ଷରୁ ଅଧିକ ଡୋଜ ଟୀକା ପ୍ରେରଣକରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ନିକଟରେ ମହାରାଷ୍ଟ୍ରର କିଛି ସରକାରୀ କର୍ମଚାରୀଙ୍କ ମତାମତକୁ ଭିତ୍ତି କରି କେତେକ ଗଣମାଧ୍ୟମ ଦର୍ଶାଯାଇଛନ୍ତି ଯେ ରାଜ୍ୟରେ ଟିକା ସମାପ୍ତ ହୋଇଯାଇଛି ଏବଂ ଏହା ଟୀକାକରଣ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଗତକାଲି ସୁଦ୍ଧା ମହାରାଷ୍ଟ୍ରକୁ ଏକ କୋଟି ୫୮ ଲକ୍ଷରୁ ଅଧିକ ଡୋଜ ଟୀକା ପଠାଯାଇଛି ଏବଂ ସେଠାରେ ଟୀକା ଅପଚୟ ସମେତ ୧ କୋଟି ୪୯ ଲକ୍ଷ ଟୀକା ବ୍ୟବହାର ହୋଇଛି। ଆଗାମୀ ଦିନରେ ଆହୁରି ଅଧିକ କୋଭିଡ ପ୍ରତିଷେଧକ ଟୀକା ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories