www.samajalive.in
Friday, December 5, 2025
23.1 C
Bhubaneswar

ଶସ୍ତା ହେଲା ସିମେଣ୍ଟ ; ଦେଶର ସବୁଠାରୁ ବଡ କମ୍ପାନୀ କମାଇଲା ଏତିକି ଦାମ୍‌

ନୂଆଦିଲ୍ଲୀ : ସିମେଣ୍ଟ ତାଲିକାରେ ଚାହିଦା ଥିବା ନାମିଦାମୀ କମ୍ପାନୀ ଅଲଟ୍ରାଟେକ୍‌ ଜିଏସଟି ହ୍ରାସର ଭେଟି ନିଜ ଗ୍ରାହକଙ୍କ ପାଇଁ ଆଣିଛି । କମ୍ପାନୀ ସିମେଣ୍ଟ ଦାମ୍‌ରେ ହ୍ରାସ ନେଇ ଘୋଷଣା କରିଛି । ଯାହା ୨୨ ସେପ୍ଟେମ୍ବରରୁ ଲାଗୁ ହୋଇଛି । ଏବେ ଗୋଟିଏ ବସ୍ତା ସିମେଣ୍ଟ ଦାମ୍‌ ପୂର୍ବ ଅପେକ୍ଷା ଖୁବ୍‌ ଶସ୍ତା ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚଳିତ ମାସର ୨୨ ତାରିଖରୁ ପାଉଁଶିଆ ଓ ଧଳା ସମସ୍ତ ପ୍ରକାର ସିମେଣ୍ଟ ଉପରେ ଜିଏସଟି ୧୮ ପ୍ରତିଶତ ଲାଗୁ ହୋଇଛି । ଯାହା ପୂର୍ବରୁ ୨୮ ପ୍ରତିଶତ ଥିଲା ।
ଅଲଟ୍ରାଟେକ୍‌ର ଭିନ୍ନ ଭିନ୍ନ ପ୍ରକାର ସିମେଣ୍ଟ ଦାମ୍‌ରେ ହ୍ରାସ ହୋଇଛି । କମ୍ପାନୀ ଗୋଟିଏ ବସ୍ତା ସିମେଣ୍ଟ ଉପରେ ପ୍ରାୟ ୫୦ ଟଙ୍କା କମ୍‌ କରିଛି । ଗୋଟିଏ ବସ୍ତା ସିମେଣ୍ଟ ଦାମ୍‌ ୫୫୦ ଟଙ୍କା ଥିଲା । ଏବେ ଏହା ୫୦୦ ଟଙ୍କାରେ ମିଳିବ । ପିସିସି ପ୍ରିମିୟମ ଏଲପିପିର ଏକ ବସ୍ତାର ଦାମ୍‌ ପୂର୍ବରୁ ୬୦୦ ଟଙ୍କା ଥିଲା । ଏବେ ୫୫୦ ଟଙ୍କା ହୋଇଛି ।

କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories