www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ମୁକାବିଲା : ’କୋଭିସିଲ୍ଡ’​‌ ପରେ ଭାରତ ବାୟୋଟେକର ‘କୋଭାକ୍ସିନ୍’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କରୋନା ମୁକାବିଲା କ୍ଷେତ୍ରରେ ଦେଶ ଆଜି ଆଉ ଏକ ସଫଳତା ହାସଲ କରିଛି। ନୂଆବ​ର୍ଷରେ ଗତକାଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ତଥା ଭାରତ ପାଇଁ ବିକଶିତ କରିଥିବା  ସେରମ ଇନଷ୍ଟିଚ୍ୟୁଟର ’କୋଭିସିଲ୍ଡ’​‌କୁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଆଜି ଶନିବାର ଭାରତ ବାୟୋଟେକର ‘କୋଭାକ୍ସିନ୍’କୁ ଅନୁମତି ମିଳିଛି। ଫଳରେ ଆଜି ଦେଶବ୍ୟାପି କୋଭିଡ-୧୯ ଟୀକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ ପରେ ଖୁବ ଶୀଘ୍ର ଟୀକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି।

ଶନିବାର ଦିନ ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି (SEC) ଭାରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ୍’ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ଟିକା ପାଇଁ କମ୍ପାନୀର ଆବେଦନ ଉପରେ ବିଚାର କରାଯାଇ ଅନୁମତି ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ଆଜି ସାରା ଦେଶରେ କୋଭିଡ -୧୯ ଟୀକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ  କରାଯାଉଛି। ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଉଛି ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା  ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯାଇଛି। ଏଥି ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦିଆ ଯିବ ବୋଲି ଘୋଷଣା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories