www.samajalive.in
Tuesday, December 9, 2025
17.1 C
Bhubaneswar

ବଡ଼ସାହି ସିଡ଼ିପିଓଙ୍କ ବଦଳି ଦାବିରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ରାଲି

ବଡ଼ସାହି : ସ୍ଥାନୀୟ ସିଡ଼ିପିଓ କୁନ୍ତିମଣୀ ପାତ୍ରଙ୍କ ବଦଳି ଦାବି କରି ଗୁରୁବାର ବ୍ଲକର ଅଧିକାଂଶ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକଜୁଟ ହୋଇଥିଲେ। ଅଲ୍‍ ଓଡ଼ିଶା ଲେଡ଼ିଜ ୱାର୍କର ଆସୋସିଏସନ ବ୍ଲକ ଶାଖା ସଂଘର ସଭାପତି ପଦ୍ମଗନ୍ଧା ଦାସ, ଉପସଭାନେତ୍ରୀ ସୁକାନ୍ତି ମଞ୍ଜରୀ ସାହୁ ଓ ସମ୍ପାଦିକା ମଣିମାଳା ମହାନ୍ତଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ଗ୍ରାମରୁ କର୍ମୀ ଓ ସହାୟିକା ଯୋଗଦେଇଥିଲେ। ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ସେମାନେ ପ୍ରଦାନ କରିଛନ୍ତି। ୧୫ଦିନ ମଧ୍ୟରେ ସିଡ଼ିପିଓଙ୍କର ଜିଲା ବାହରକୁ ବଦଳି ନହେଲେ ସମସ୍ତେ ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ, ପିଲାଙ୍କ ଖେଳନା କିଟ୍‍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଯୋଗାଣରେ ସିଡ଼ିପିଓ ଜଡ଼ିତ। ପ୍ରତିବାଦ କଲେ ନାଲି ଆଖି ଦେଖାଇ ସେ ନାନା ହଇରାଣ ହରକତ କରୁଛନ୍ତି। ନୂଆବର୍ଷରେ ପ୍ରତି କର୍ମୀଙ୍କ ଠାରୁ ଚାନ୍ଦା ଉଠାଇ ସୁନା ଅଳଙ୍କାର ଉପହାର ନେବା, ସୁପରଭାଇଜର ଅବସର ସମୟରେ ଚାନ୍ଦା ଉଠାଇ ତାଙ୍କୁ ଅଳଙ୍କାର ଉପହାର ଦେବା ଓ ନିଜେ ଦାମୀ ଶାଢ଼ୀ ନେବା, କେନ୍ଦ୍ର ପରିଦର୍ଶନରେ ଯାଇ ବାଡ଼ିବଗିଚାରୁ ପନିପରିବା ନେଇ ନିଜ ଘରେ ଚାଲିଥିବା ଛାତ୍ରୀନିବାସରେ ଦେବା, କେନ୍ଦ୍ରକୁ ଆସୁଥିବା ଚାଉଳ ଓଜନ କମ୍‍ ଦେବାରେ ସିଡ଼ିପିଓ ସାମିଲ ରହିବା, ବିଭିନ୍ନ ତାଲିମ ଶିବିର ଖର୍ଚ୍ଚ ବାଟବାରଣା କରିବା ଆଦି ବିଭିନ୍ନ ଅଭିଯୋଗର ତଦନ୍ତ ସେମାନେ ଦାବି କରିଛନ୍ତି। ଜିଲାପାଳ, ବିଭାଗୀୟ ମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଖେଳନା କିଟ୍‍ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ଜଣାଇବା ପରେ ତଦନ୍ତ ଯଦିଓ ହେଲା, ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ନ୍ୟାୟ ପାଇବା ଆଶା ଦୂରେଇ ଯାଉଛି। ଫଳରେ ସମସ୍ତେ ଉପରୋକ୍ତ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦାବିପତ୍ର ପ୍ରଦାନ ପୂର୍ବରୁ ସମସ୍ତେ ପ୍ରବଳ ବର୍ଷାରେ ଛତା ଧରି ବିଭିନ୍ନ ପ୍ଲା-କାର୍ଡ଼ ପ୍ରଦର୍ଶନ ଓ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ତେବେ ସିଡ଼ିପିଓ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories