www.samajalive.in
Monday, December 8, 2025
20.1 C
Bhubaneswar

ସୁଶାନ୍ତ ମୃତ୍ୟୁ ମାମଲା, ବନ୍ଧୁ ସିଦ୍ଧାର୍ଥ ପିଥାନି ଓ ରୋଷେୟାକୁ ପଚରାଉଚରା କରିବ ସିବିଆଇ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନି ଏବଂ ରୋଷେୟା ନୀରଜକୁ ପଚରାଉଚୁରା କରିବ। ମୁମ୍ବାଇ ଡ଼ିଆରଡ଼ିଓ ଅତିଥି ଭବନରେ ଉଭୟ ସିଦ୍ଧାର୍ଥ ଓ ନୀରଜ ପହଂଚି ସାରିଥିବା ସୂଚନା ମିଳିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଦଳ ସେଠାରେ ପୂର୍ବରୁ ରହିଛନ୍ତି।

ଗତକାଲି ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ମାମଲାର ଅଂଶବିଶେଷ ଭାବେ ସିବିଆଇ ଏବଂ ମୁମ୍ବାଇ ପୋଲିସର ଟିମ୍ ରାଜପୁତଙ୍କ ବାସଭବନରେ ପହଂଚିବା ପରେ ପ୍ରତ୍ୟେକ କୋଠରୀକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ପରେ ସିଦ୍ଧାର୍ଥ ଓ ନୀରଜକୁ ଆଜି ପଚରାଉଚୁରା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ଇତି ମଧ୍ୟରେ ସୁଶାନ୍ତଙ୍କ ସମ୍ପର୍କୀୟ ବିଜେପି ବିଧାୟକ ନୀରଜ କୁମାର ସିଂ ବବଲୁ କହିଛନ୍ତି ଯେ ମୃତ ଅଭିନେତାଙ୍କ ବନ୍ଧୁ ସିଦ୍ଧାର୍ଥ ଏବଂ ସନ୍ଦୀପଙ୍କୁ ସିବିଆଇ ଗିରଫ କରି ପଚରାଉଚରା କରିବା ଉଚିତ।

ସେ କହିଛନ୍ତି ଯେ ସିବିଆଇ ତଦନ୍ତ ସଠିକ୍ ଦିଗରେ ଚାଲିଛି। ଆମେ ଆଶା କରୁଛୁ ଯେ ଦୋଷୀ ଧରାଯିବ। ସିଦ୍ଧାର୍ଥ ପିଥାନିଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବା ଉଚିତ୍। ଯେତେବେଳେ ଆମେ ସୁଶାନ୍ତଙ୍କ ଶେଷ ରୀତିନୀତି ପାଇଁ ଯାଇଥିଲୁ, ସେତେବେଳେ ଦେଖିଲୁ ଯେ ପିଥାନୀଙ୍କ ମୁହଁରେ ଆଦୌ ଦୁଃଖ ନାହିଁ। ମୁଁ ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଛି। ସେ ସୁଶାନ୍ତଙ୍କ ସହକର୍ମୀ ଥିଲେ ବୋଲି ବବଲୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ଦଶ ଦିନ ପରେ ଅନ୍ୟ ଜଣେ ସହକର୍ମୀ ସନ୍ଦୀପ ଗଣମାଧ୍ୟମରେ କିଛି ଲୋକମାନଙ୍କୁ ସଚୋଟ କହିବା ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟକଳାପ ଜଣେ ଗ୍ୟାଙ୍ଗଷ୍ଟର ଭଳି ଥିବା ବିଧାୟକ ବବଲୁ କହିଛନ୍ତି। ଏହି ମାମଲାର ସତ୍ୟତା ବାହାର କରିବା ପାଇଁ ତୃତୀୟ ଡିଗ୍ରୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories