www.samajalive.in
Tuesday, December 9, 2025
16.1 C
Bhubaneswar

ସାବଧାନ: ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ସହ ଭିଡିଓ ଛାଡ଼ିଲେ ରୁଜୁ ହେବ ମାମଲା

କଟକ: ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ ପିଏମଏଲଏ (ପ୍ରିଭେନସନ ଅଫ ମନି ଲାଉଣ୍ଡ୍ରିଂ ଆଇନ) ଅନୁସାରେ ମାମଲା ରୁଜୁହେବ। ଏ ନେଇ ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଏହି ପଦକ୍ଷେପକୁ ଓଡିଶା ୱାଇଲ୍ଡ ଲାଇଫ ସୋସାଇଟି ପକ୍ଷରୁ ସ୍ବାଗତ କରାଯାଇଛି।

ୱାଇଲ୍ଡ ଲାଇଫ ସୋସାଇଟି ସମ୍ପାଦକ ବିଶ୍ବଜିତ ମହାନ୍ତିଙ୍କ ସୂଚନା ଅନୁସାରେ ବହୁ ବ୍ୟକ୍ତିବିେଶଷ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। କିଏ ସାପ ଧରିବାର ଦୃଶ୍ୟ ଛାଡୁଛି ତ ଆଉ କିଏ ମାଙ୍କଡ, କୁମ୍ଭୀର ଆଦିଙ୍କ ସହ ଦୃଶ୍ୟ ପ୍ରସାରଣ କରୁଛି। ଏମାନଙ୍କ ବିେରାଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗିରଫ କରାଯାଉଛି।

- Advertisement -

ମାତ୍ର ଏମାନଙ୍କ ବିେରାଧରେ ପିଏମଏଲଏ ଅନୁସାରେ ମାମଲା ରୁଜୁ ପାଇଁ ଗତ ୮ବର୍ଷ ଧରି ସୋସାଇଟି ଦାବି କରି ଆସୁଥିଲା। ସାମାଜିକ ଗଣମାଧ୍ୟମରେ ପଶୁପକ୍ଷୀଙ୍କ ଭିଡିଓ ଓ ଫଟୋ ଛାଡି ନିଜ ଅନୁଗାମୀ (ଫଲୋଅର)ଙ୍କ ସଂଖ୍ୟା ବୃଦ୍ଧି କରୁଥିଲେ। ଯାହାର ଯେତେ ଅଧିକ ସଂଖ୍ୟକ ଅନୁଗାମୀ ହେବେ ସେହି ଅନୁସାରେ ବିଜ୍ଞାପନ ମିଳିଥାଏ।

ଏହାଦ୍ବାରା ସମ୍ପୃକ୍ତ ବ୍ୟକ୍ତି ଜଣକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାଏ, ଯାହାକି ଏକ ଧର୍ତ୍ତବ୍ୟ ଅପରାଧ। କେତେକ ଘଟଣାରେ ସୋସାଇଟି ପକ୍ଷରୁ ଅଭିେଯାଗ େହବା ପରେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିେରାଧରେ ମାମଲା ହେବା ସହ କେତେକଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ମାତ୍ର ପଶୁପକ୍ଷୀଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଅର୍ଥ ଉପାର୍ଜନ କରିବା ଆଇନତଃ ଅପରାଧ ହୋଇଥିଲେ ମଧ୍ୟ ସେମାନଙ୍କ ବିେରାଧରେ ପିଏମଏଲଏ ଅନୁସାରେ ମାମଲା ରୁଜୁ ହେଉ ନ ଥିଲା। ବାରମ୍ବାର ଦାବି ପରେ ଏ ଦିଗରେ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପଦକ୍ଷେପ ନେଇଥିବାରୁ ସୋସାଇଟି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories